Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଣ୍ଢୋଲ କଲେଜ ର ଛାତ୍ରୀ ପ୍ରୀତିମୟୀ ଦୌଡ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଜାତୀୟ ସ୍ତରକୁ ମନୋନୀତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ୧୭ ବର୍ଷିଆ ଝିଅ ପ୍ରୀତିମୟୀ ଭୁକ୍ତା ଜାତୀୟ ସ୍ତରୀୟ ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରତିମୟୀ ଏବେ ସିଣ୍ଢୋଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ ଅଟନ୍ତି। ପ୍ରୀତିମୟୀ କଟକ ଜିଲ୍ଲା ଅଡସପୁର ସ୍ଥିତ ଉଦୟନାଥ କଲେଜ୍ ଠାରେ ଚଳିତ ଡିସେମ୍ବର ୧୨ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେଉଥିବା ଯୁକ୍ତ ଦୁଇ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ୩ହଜାର ମିଟର ଦୌଡ଼ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହିତ ସେ ସିଧା ସଳଖ ଜାତୀୟସ୍ତର ଦୌଡ଼କୁଦ ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଜାନୁୟାରୀ ୪ ରୁ ଝାଡ଼ଖଣ୍ଡ ର ରାଞ୍ଚି ରେ ହେବାକୁ ଥିବା ଜାତୀୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ୧୯ ବର୍ଷରୁ କମ୍ ବାଳିକା ବର୍ଗରେ ଅଂଶ ଗ୍ରହଣ କରିବେ । ସେହିପରି ସେ ଯୁକ୍ତ ଦୁଇ ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ୧୫ଶହ ମିଟର ଦୌଡ ରେ ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି l ପ୍ରିତୀମୟୀ ଙ୍କ ଏହି ସଫଳତାରେ ସିଣ୍ଢୋଲ କଲେଜର ସଭାପତି ରାମ କୁମାର ସାହୁ , ଅଧ୍ୟକ୍ଷ ଗିରିଶ ଦାସ , ଖେଳ ଅଧ୍ୟାପକ ସମୀର ରଞ୍ଜନ ସାହୁ ଏବଂ ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରି , ଆଥାଲେଟିକ ସଂଘ ସଭାପତି ପୀୟୂଷ ପଣ୍ଡା ଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଓ କ୍ରୀଡାବିତ ଶୁଭେଚ୍ଛା ଜଣେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories