Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଭାତପୁରା ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଜମନକିରା ବ୍ଲକ ଶାଖା ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଶିଶୁ ଉତ୍ସବ -୨୦୨୪ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଦଶଟି ବିଭାଗର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଦେଇ ସମ୍ମାନିତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଶିକ୍ଷା ବିଭାଗର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ହେବ।ସେଥି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିଭାର ଉନ୍ମୋଚନ ପାଇଁ ଶିକ୍ଷକ ସମାଜର ଏହି ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦୀର୍ଘ ଦଶ ବର୍ଷ କଳା ସଂଘର ବ୍ଲକ ସଂଘ ଥିବା ସୁଶାନ୍ତ ପଟେଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଅଯାଇଥିଲା। ତାଙ୍କ ସହିତ ଶିକ୍ଷାବିତ ଝାସକେତନ ସାହୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଓସ୍ଟାର ବ୍ଲକ ସଭାପତି ଶଶିଭୂଷଣ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବ୍ଲକ ସମ୍ପାଦକ ତଥା ଭାତପୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ କାର୍ଯ୍ୟକାରୀ ସଭାପତି ତଥା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ, ସିରିଡ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲ ଶିଶୁ ଉତ୍ସବ ଆରମ୍ଭ ହେବାର ଇତିହାସ ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ବକ୍ତା ଗଣ ଓଷ୍ଟରେ ନୂତନ ନିଯୁକ୍ତ ଶିକ୍ଷକ ଗଣ ସାମିଲ ହୋଇ ଶିକ୍ଷକ ଏକତା ବଜାୟ ରଖିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସହକାରୀ ଶିକ୍ଷକ ଖଗେଶ୍ବର ନାଏକ ସଂଯୋଜନା କରିଥିବା ବେଳେ ଭାତପୂରା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ସଙ୍ଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି, ଗଳ୍ପ ଲିଖନ, କବିତା ରଚନା, ସାଧାରନ ଜ୍ଞାନ, କୁଇଜ୍, ଏକକ ଅଭିନୟ ଓ ଏକକ ନୃତ୍ୟରେ ଅଂଶ ଗ୍ରହଣ କରି ପ୍ରଥମ ଓ ଦ୍ଵିତୀୟ ସ୍ଥାନିତ ଛାତ୍ରଛାତ୍ରୀ ଆସନ୍ତା ୨୪ ତାରିଖରେ ବୁଢ଼ାରଜା ହାଇ ସ୍କୁଲରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଡ଼ିଏ ଟି ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ଦୁଇ ଶହ ଛାତ୍ରୀଛାତ୍ର ଓ ଶିକ୍ଷକ ପ୍ରତିନିଧି ଯୋଗଦାନ କରିଥିଲେ।ଶେଷରେ ସହକାରୀ ସୁମନ୍ତ ମହକୁଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories