Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି ୭ କିମି ବେଗରେ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଛି । ଏହି ଅବପାତ ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ଲାଗି ରହିଥିବା ବେଳେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହି ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଆଜି କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ । ସେହିପରି ଟ୍ବିନସିଟିରେ ଝିପିଝିପି ବର୍ଷା ଲାଗି ରହିଛି ।

ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଦୁଇଦିନ ଧରି ବର୍ଷା ଲାଗି ରହିଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅଦିନିଆ ବର୍ଷାରେ ପାଚିଲା ଧାନ ନଷ୍ଟ ହୋଇଯିବା ଆଶଙ୍କାରେ ଆଜି ସକାଳୁ ସକାଳୁ ତରବରିଆ ଭାବେ ବିଲରୁ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି ।