Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସି କମିଟୀ ପରିବର୍ତ୍ତନ ପ୍ରତିବାଦ ରେ ଇସି ସଂଘ ପକ୍ଷରୁ ରେଙ୍ଗାଲି ବ୍ଲକ ରେ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଲା। ପ୍ରଶାସନିକ ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବା ପରେ ଗଣଧାରଣା ଉଠିଥିଲା।

ମିଶନ ଶକ୍ତି ଇସି କମିଟି ର ବେଆଇନ ପରିବର୍ତ୍ତନ ପ୍ରତିବାଦ ରେ ଗତ ୧୯ ତାରିଖ ରୁ ଚାଲିଥିବା ଆନ୍ଦୋଳନ ୩ ଦିନ ରେ ପହଞ୍ଚିଛି। ଶୀତକାକର ରେ ମହିଲା ମାନେ ବ୍ଲକ ଅଫିସ ସାମ୍ନା ରେ ଧାରଣା ରେ ବସି ଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଆଜି ଧନକଉଡା ବ୍ଳକ୍ ଇସି ସଂଘ ସଭାପତି ରୁପାଞ୍ଜଳି ରଣବିଡା ଏବଂ ଇସି ସଂଘ ଜିଲ୍ଲା କୋଷାଧ୍ୟକ୍ଷ ପଦ୍ମିନୀ ଦାସ ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଆନ୍ଦୋଳନ କୁ ସମର୍ଥନ ଜଣାଇ ଦାବି ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ ଏବଂ ରେଙ୍ଗାଲି ବିଡିଓ ପ୍ରିତମ ତନ୍ତୀ ହାଡ଼ ଭଙ୍ଗା ଶିତ ସମୟରେ ଇସି କମିଟି ର ସଦସ୍ୟା ମାନଙ୍କୁ ରାତିରେ ଜୋଜବରଦସ୍ତି ବ୍ଲକ ବାହାର କୁ ବାହାର କରିଦେଇଥିବା ଘଟଣାକୁ ଅତୀ ଅମାନବୀୟ କାର୍ଯ୍ୟ ବୋଲି ତୀବ୍ର ନିନ୍ଦା କରିଛନ୍ତି ଓ ସରକାର ରାସ୍ତା କଡ଼ରେ ରହୁଥିବା ଅସହାୟ ଲୋକ ଜୀବନ ରକ୍ଷା କରିବା ପାଇଁ ଥଇଥାନ କରି ସହଯୋଗ କରିବା ପାଇଁ ନିର୍ଦ୍ଧେଶ ଜାରି କରିଥିବା ବେଳେ ରେଙ୍ଗାଲି ବିଡିଓ ଏପରି ଭାବରେ ରାତି ଅଧରେ ବ୍ଲକ ଭିତରୁ ବାହାର କୁ ବାହାର କରିଦେଇଥିବା ଅମାନବୀୟ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ବି.ଏଲ.ସି ଜପାମାଳୀ ଭୂଷାଗର, ବିଡିଓ ପ୍ରୀତମ କୁମାର ତନ୍ତି ଆଜି ଘଟଣାସ୍ଥଳ କୁ ପହଞ୍ଚି ବୁଝାସୁଝା କରିଥିଲେ ଏବଂ ସୋମବାର ସୁଦ୍ଧା ସମାଧାନ କରାଯିବ ବୋଲି ପ୍ରତଶ୍ରୁତି ଦେଲା ପରେ ଗଣଧାରଣା ହଟିଥିଲା।
ରେଙ୍ଗାଲି ବ୍ଲକର ୧୬ଟି ଗ୍ରାମପଞ୍ଚାୟତ ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଦୀର୍ଘ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକାରୀ କମିଟି ଗୁଡ଼ିକୁ ଅକାରଣରେ ପରିବର୍ତ୍ତନ କରାଯାଇଥିବା ଯୋଗୁଁ ପଞ୍ଚାୟତ ମାନଙ୍କରେ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକାରୀ କମିଟି ଗୁଡିକ ୮ରୁ୯ବର୍ଷ ହେବ ଗଠିତ ହୋଇ ସ୍ୱୟଂ ସହାୟକ ଗୋଷ୍ଠୀ ସମୂହର ଜୀବିକା ମିଶନ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । କିନ୍ତୁ ସରକାରଙ୍କର ବିନା ନିର୍ଦ୍ଦେଶରେ ଗତ କିଛିମାସ ମଧ୍ୟରେ ଉକ୍ତ କାର୍ଯ୍ୟକାରୀ କମିଟି ଗୁଡ଼ିକୁ ପରିବର୍ତ୍ତନ କରାଯାଇଥିବା ଯୋଗୁଁ ଏନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ମିଶନ ଶକ୍ତି ବ୍ଲକ ସଂଘ ପକ୍ଷରୁ ଗତ ସେପ୍ଟେମ୍ୱର ମାସର ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୪ଦିନ ୪ରାତି ଧରି ଧାରଣା ଦିଆଯାଇଥିଲା । ସେହି ଦିନ ଭୁବନେଶ୍ୱରରୁ ଆସିଥିବା ମିଶନ ଶକ୍ତିର ୨ ଜଣ କାର୍ଯ୍ୟକର୍ତ୍ତା ଓ ରେଙ୍ଗାଲି ବ୍ଲକ ସଂଘର କାର୍ଯ୍ୟକର୍ତ୍ତାଙ୍କ ମିଳିତ ଉପସ୍ଥିତିରେ ଜିଲ୍ଲାପାଳ ମିଶନ ଶକ୍ତିର ଡିପିଏମଙ୍କୁ ରାଜ୍ୟ ସରାରଙ୍କଠାରୁ ଚିଠି ନଆସିବା ପର୍ଯ୍ୟନ୍ତ ଇ .ସି. କମିଟି ପରିବର୍ତ୍ତନ କରା ନଯିବାକୁ କହିଥିଲେ । ପରେ ଡି ପି ଏମ ବିପିଏମ ମାନଙ୍କ ସହିତ ଜୁମ ମିଟିଂ କରି କମିଟି ପରିବର୍ତ୍ତନ ନ କରିବାପାଇଁ ମଧ୍ୟ ମୋବାଇଲରେ ମେସେଜ କରିଥିଲେ । କିନ୍ତୁ ଏହା ସତ୍ୱେ ଇ.ସି.କମିଟି ସବୁ ପରିବର୍ତ୍ତନ କରାଯାଇଥିବା ଯୋଗୁଁ ବ୍ଲକର ୧୬ ଗ୍ରାମ ପଞ୍ଚାୟତରେ ବର୍ତ୍ତମାନ ଏକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ଯାହାକି ପଞ୍ଚାୟତ ଗୁଡ଼ିକରେ ଥିବା ଏମ.ବି.କେ ମାନେ ତତ୍କାଳୀନ ଡି.ପି.ଏମ.ଙ୍କ ଭିତିରିଆ ଖେଳ ଯୋଗୁଁ ଏଭଳି କମିଟି ପୁନଃର୍ଗଠନ କରିଥିବା ରେଙ୍ଗଲି ବ୍ଲକ ମିଶନ ଶକ୍ତି ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।
ଆହୁରି କୁହାଯାଇଛି ଯେ, ଜିଲ୍ଲାରେ ରହିଥିବା ୯ ଟି ବ୍ଲକ ମଧ୍ୟରୁ କେବଳ ରେଙ୍ଗାଲି ବ୍ଲକରେ ଏଭଳି କମିଟି ପରିବର୍ତ୍ତନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ କୌଣସି ବ୍ଲକ ତଥା ଜିଲ୍ଲା ମଧ୍ୟ ଏଭଳି ଇ.ସି.କମିଟି ଗୁଡ଼ିକର ପରିବର୍ତ୍ତନ କରାଯାଇନାହିଁ । ଏଠାରେ କାହାର ନ୍ୟସ୍ତ ସ୍ୱାର୍ଥ ରହିଛି ତାହା ତଦନ୍ତ ସାପେକ୍ଷ ଅଟେ । ସମ୍ବଲପୁର ଜିଲ୍ଲାପାଳଙ୍କସମେତ ମିଶନ ଶକ୍ତିର ଡି.ପି.ଏମ, ବିପିଏମ୍ ସମସ୍ତଙ୍କୁ ଏହାର ସମାଧାନ ପାଇଁ ବ୍ଲକ ସଂଘ ପକ୍ଷରୁ ଆବେଦନ ନିବେଦନ କରାଯାଇଥିଲେ ହେଁ ତାର ସମାଧାନ ହୋଇନାହିଁ । ସ୍ଥାନୀୟ ବିଧାୟକ ଜିଲ୍ଲା ପରିଷଦ ସଭ୍ୟ ବ୍ଲକ ଅଧ୍ୟ କ୍ଷ ଭଳି ସମସ୍ତ ଜନପ୍ରତିନିଧି ମାନଙ୍କୁ ମଧ୍ୟ କମିଟି ପୁନର୍ଗଠନ ପ୍ରକ୍ରିୟାର ବନ୍ଦ ପାଇଁ ଦାବି ଜଣାଇଥିଲେ । ଏହା ସତ୍ତ୍ବେ କୌଣସି ସମାଧାନ ନହେବାରୁ ଆଜି ଇସି ସଂଘ ପକ୍ଷରୁ ରେଙ୍ଗାଲି ବ୍ଲକ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ