Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଧକ୍କାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଝାରସୁଗୁଡା ୨୧/୧୨ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଧାନଡେରା ଛକ ନିକଟରେ ଆଜି ସକାଳେ ଟ୍ରକ ଧକ୍କାରେ ଜଣେ ଚିକିତ୍ସାଧୀନ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ଗ୍ରାମର ସରୋଜ ଭୁଏ (୨୮) ଏବଂ ଆହତ ଜଣକ ମଧ୍ୟ ସେହି ଗ୍ରାମର ପୁରୁଷୋତ୍ତମ ଗଢୁଆଲ (୩୫) । ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ଏବଂ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ମୃତକଙ୍କ ଘରକୁ ଯାଇ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ତାଙ୍କ ବାପା ସାଗର ଭୁଏଙ୍କୁ ପ୍ରଦାନ କରିଥିଲେ । ଏଥିସହ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁରୁଷୋତ୍ତମ ଙ୍କୁ ମଧ୍ୟ ତାଙ୍କ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ପୁଲିସର ତଥ୍ୟ ଅନୁସାରେ ଜାମଗାଁ ଗାଁ ତାଙ୍କ ନିଜ ଘରରୁ କୌଣସି କାମରେ ସିଜି ୧୩ ୟୁ ୭୮୫୪ ନମ୍ବର ର ଏକ ମଟର ସାଇକେଲ ଯୋଗେ କଦମଡିହି ପଟେ ସରୋଜ ଓ ପୁରୁଷୋତ୍ତମ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଝାରସୁଗୁଡା ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ (ଓଆର ୨୩ ଏଫ ୧୧୫୨) ଟି ଏନଏଚ-୪୯ ପଧାନଡେରା ଛକ ନିକଟରେ ଧକ୍କା ମାରିଥିଲା । ଯାହା ଫଳରେ ସରୋଜ ଓ ପୁରୁଷୋତ୍ତମ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ଖବର ପାଇ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆଶୁତୋଷ ମହାନ୍ତି ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ହେଲେ ସରୋଜ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆହତ ପୁରୁଷୋତ୍ତମ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନିଆ ଯାଇଥିଲା । ରେଙ୍ଗାଲି ପୁଲିସ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତ ସରୋଜଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତକଙ୍କ ବଡବାପା ସାହେବ ରାମ ଭୋଇଙ୍କ ଅଭିଯୋଗ ଅନୁସାରେ ଉଭୟ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ