Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ ରେ ହେବ ଲୋକ ମହୋତ୍ସବ ପାଇଁ ଚିତ୍ର କର୍ମଶାଳା

ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ ପାଇଁ ୨୫ ତାରିଖରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚିତ୍ର କର୍ମଶାଳା ଅନୁଷ୍ଠିତ ହେବ । ଏନେଇ ସୋମବାର କଳାପରିଷଦ ପରିସରରେ ଥିବା ଲୋକ ମହୋତ୍ସବ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସ୍କୁଲ ଏବଂ କଲେଜରେ ଛାତ୍ରୀଛାତ୍ରଙ୍କୁ ସାମିଲ ହେବାକୁ ଅନୁରୋଧ କରାଯାଇଛି । ପ୍ରଦର୍ଶନୀରେ ଚିତ୍ର ଦେବାପାଇଁ ଇଛୁକ ଚିତ୍ରଶିଳ୍ପୀ ମାନଙ୍କୁ ପ୍ରଦର୍ଶନୀ ଉପ କମିଟୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଚଲିତ ବର୍ଷ ଲୋକ ମହୋତ୍ସବ ପ୍ରଦର୍ଶନୀ ରେ ରଙ୍ଗୋଲୀ ଏବଂ ଝୋଟି ମଧ୍ୟ ପ୍ରଦର୍ଶନ କରାଯିବା । ଆଜିର ବୈଠକରେ ପ୍ରଦର୍ଶନୀ ଉପ କମିଟୀର ଆବାହକ ଶ୍ରୀମନ୍ତ ସାହୁ, ସହ ଆବାହକ ରେ ରୋଚିସ ଦେ ଏବଂ କୁଲଦୀପ ବର୍ମୀ, ସଦସ୍ୟ ଆଶିଷ ମେହେର, ଶିଶିର କର, ଜିତେନ୍ଦ୍ରୀୟ ବେହେରା, ପବିତ୍ର ବରିହା, ଆଶିଷ ମେହେର, ଶିଶିର କର, ଜିତେନ୍ଦ୍ରୀୟ ବେହେରା,ଏମଡି କାସିମ, ସନ୍ତୋଷ କୁମାର ପଟ୍ଟନାୟକ , ଜୁଗଳ ବାରିକ, ଲୋକନାଥ ପୂଜାରୀ, ସୁବ୍ରତ ବେହେରା, ଅଦିତି କର, ଦେବେନ୍ଦ୍ର ସାହୁ,ଦିବ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।