Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଆଜି ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଏବଂ ମହାସଚିବ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ର ଶ୍ରୀ ଡଃ କରୁଣାକର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରଧ୍ୟାପକ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ର ଶ୍ରୀ ସୁଜିତ୍ କୁମାର ପୃଷେଠ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ବିଦ୍ୟାଳୟର ସଞ୍ଜୁଲତା ସାହୁ ଓ ତସିଲ କୁମାର ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ସରୋଜ ବିଶୋଇ ଅତିଥି ଗୃହ ପରିଚୟ ପ୍ରଦାନ କରିଥିଲେ। ସଭାପତି ରାଜୀବ କୁମାର ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କରୁଣାକର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଶିଶୁଙ୍କ ମାଆ ମାନଙ୍କୁ ନେଇ ଏକ ରଙ୍ଗୋଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବରେ ନିତ୍ୟାନନ୍ଦ ଖମାରୀ ଓ ନିତା ପ୍ରହରାଜ ଯୋଗଦାନ କରିଥିଲେ। ପ୍ରଥମ ସ୍ଥାନ ଡିଲେସ୍ୱରି ପଶାୟତ, ଦ୍ଵିତୀୟ ସ୍ଥାନ ବବିତା ପାତ୍ର, ତୃତୀୟ ସ୍ଥାନ ଉଷlବତି ନାୟକ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଥମ ବାର୍ଷିକ ମୁଖପତ୍ର “ଜ୍ଞାନ ତୀର୍ଥ” ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।ବିଜ୍ଞାନ ମେଳା,ନବୋଦୟ, ବୃତ୍ତି, ଆଦର୍ଶ, ପଠାଣି ସାମନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତ ସାଂସ୍କୃତିକ ପ୍ରମୁଖ ଶୋଭାଗିନି ସେଠ୍, ସୁପ୍ରିୟା ସାହୁ,ଜ୍ୟୋତ୍ସ୍ନା ଉର୍ମlଲ୍, ରଜତ କୁମାର ପଧାନ ଏବଂ ନୃତ୍ୟ ଓ ଗୀତ ଗୁରୁ ସୁନୀଲ ସାହୁ, କେଦାର ଉର୍ମାଳ , ଉତ୍ତମ ପ୍ରଧାନ, ରଶ୍ମି ରେଖା ସାହୁଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଗୁରୁମା ସ୍ଵପ୍ନାଲିନ ରାଉଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ