Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ରେ ଚାପି ହୋଇ ଚାଳକ ମୃତ୍ୟୁ

ଜମନକିରା : ଜମନକିରା ଥାନା ଫାଶିମାଲ ପଞ୍ଚାୟତ ଅନ୍ତର୍ଗତ ଦେହୁରୁନିମାଲ ଗ୍ରାମରେ ଘଟି ଯାଇଛି ଏକ ମର୍ମନ୍ତୁକ ଦୁର୍ଘଟଣା। ଟ୍ରାକ୍ଟର ରେ ଚାପି ହୋଇ ଚାଳକ ଦୀପକ ଠାକୁର (୨୫) ମୃତ୍ୟୁ ହୋଇ ଯାଇଛି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। କୁଚିଣ୍ଡା ଡାକ୍ତରଖାନା ରେ ଶବ ବ୍ୟବଞ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପୋଲିସର ସୂଚନା ଅନୁଯାୟୀ ଦେହୁରୁଣିମାଳ ଗାଁର ଚାଳକ ଦୀପକ ଟ୍ରାକ୍ଟର ଚଳାଇ ନିଜ ଘରକୁ ଆସୁଥିଲେ।କୌଣସି କାରଣ ବଶତଃ ନିଜେ ଟ୍ରାକ୍ଟର ତଳକୁ ଗଳି ପଡ଼ିବାରୁ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଯାଇଥିଲେ। କେତେକ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ବେ ଦୀପକ କୁ ବଞ୍ଚାଇ ପାରିନଥିଲେ। ଡାକ୍ତରଙ୍କ ସୂଚନା ପରେ ଜମନକିରା ଆଇଆଇସି ପଦ୍ମାଳୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠାଇବା ସହିତ ଟ୍ରାକ୍ଟର ଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଟ୍ରାକ୍ଟର ଟି ଦେହୁରୁଣିମାଲ ଗାଁର ଆଶିଷ ପଟେଲ ଙ୍କ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ