ଭୁବନେଶ୍ବର: ପଟିଆ ଅଞ୍ଚଳରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ତପସ୍ୱିନୀ ମିଶ୍ର । ପୋଲିସ ମହିଳାଙ୍କ ସ୍ୱାମୀ ବିଶ୍ୱ ସମ୍ପଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ତପସ୍ୱିନୀ ରାଜ୍ୟ ସରକାରଙ୍କର ଓରସାକରେ କାର୍ଯ୍ୟରତ ଥିଲେ । ବିଶ୍ୱ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଛନ୍ତି ।
ଗତକାଲି ଘରୁ ତପସ୍ୱିନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ବିଶ୍ୱ ତପସ୍ୱିନୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅନ୍ୟପକ୍ଷରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ବିଶ୍ୱଙ୍କୁ ଅଟକ ରଖି କେମିତି ଓ କେଉଁ ପରିସ୍ଥିତିରେ ତପସ୍ୱିନୀଙ୍କ ମୃତ୍ୟୁ ହେଲା ପଚରାଉଚରା କରୁଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।