Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘରେ ଶ୍ରମିକ ଦିବସ ପାଳନ କରାଯାଇଛି। ସୋମବାର ଦିନ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତାଳଚେର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଓ ଜେ ୟୁ ସଭାପତି ହିମାଂଶୁ ଶେଖର ମିଶ୍ର ,ଡାକ୍ତର ଶଙ୍କର ରାମଚନ୍ଦ୍ରଦାନି,ରେଙ୍ଗାଲୀ ଜୋନ ୧ ଜିଲ୍ଲାପରିଷଦ ସଭ୍ୟ ଚୋଳଶ୍ରି ମହାନନ୍ଦ,ରେଙ୍ଗାଲୀ ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ଦେବ ନାରାୟଣ ତିୱାରୀ ,ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପ୍ରଧାନ, ସମିତି ସଭ୍ୟ ଅନୀତା ସିଂ ,ବରିଷ୍ଠ ବିଜେଡି ନେତା ଗାନ୍ଧି ବେହେରା, ଅଦାନୀ ଏଚ ଆର ମୁଖ୍ୟ ମେନ କୁମାର ପନଔର, ଦୁର୍ଗା ଇନଫ୍ରା ମୁଖ୍ୟ ଦିନେଶ ଭାଇ, ପ୍ରମେୟ ରିପୋର୍ଟର ନରେଶ ମହାରଣା ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ହକ ଓ ସମ୍ମାନ ଅଧିକାର ପାଇଁ ଭବିଷ୍ୟତ ରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ଓ ମାନ୍ୟବର ବିଧାୟକ ତାଙ୍କର ଏକ ମାସର ଦରମା ସଂଘ କୁ ପ୍ରଦାନ କରିଥିଲେ ।ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ଡାକ୍ତର ଶଙ୍କର ରାମଚନ୍ଦ୍ରଦାନି ୧ ଟଙ୍କୀଆ କ୍ଲିନିକ କୁ ୨୧ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା।
ସମସ୍ତ ସକ୍ରିୟ ସଦସ୍ୟ ଯୋଗ ଦେବା ସହିତ ସଂଘର ଉପଦେଷ୍ଟା ଅକ୍ଷୟ ସତପଥି ମନଚ୍ ପରିଚାଳନା କରିଥିଲେ। ଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ