Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଓ ନିଯୁକ୍ତି ମେଳା; ପ୍ରଥମେ ଜଣେ ଭଲ ମଣିଷ ହେବା..ବିଡ଼ିଓ ରବୀନ୍ଦ୍ର ସେଠୀ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷ ଏବଂ ପରିସରରେ ଆଜି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଓ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଜିଲ୍ଲା ନିଯୁକ୍ତି ଓ ପରାମର୍ଶ ଦାତା ଅଧିକାରୀ ଶଙ୍କର୍ଷଣ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ସମ୍ବଲପୁର ଶାଖାର ପ୍ରାଧ୍ୟାପକ ବିଜୟ କୁମାର ସାହୁ, ସାହି ଏକ୍ସପୋର୍ଟ ସମ୍ବଲପୁର ସଂସ୍ଥାର ଅଧିକାରୀ ବିବେକାନନ୍ଦ ପଣ୍ଡା ଏବଂ ୧୬ ଟି ବିଭିନ୍ନ ସଂସ୍ଥାର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ବିଡିଓ ଶ୍ରୀ ସେଠୀ ସ୍ଵରୋଜଗାର ପାଇଁ ଯୋଗ୍ୟ ହେବା ପରେ ପ୍ରଥମ କର୍ତ୍ତବ୍ୟ ହେଉଛି ଜଣେ ଭଲ ମଣିଷ ହେବା ଆବଶ୍ୟକ। ସଂସ୍କାର ହେବା ସହ ସହନଶୀଳତା, ଶୃଙ୍ଖଳିତ ଏବଂ ସଚ୍ଚୋଟତା ହେବା ନିହାତି ଆବଶ୍ୟକ। ସେହିପରି ଡାଇରେକ୍ଟର ଶ୍ରୀ ମୁର୍ମୁ ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାବଲମ୍ବୀ ହେବା ଦରକାର ବୋଲି କହିଥିଲେ। ପ୍ରାଧ୍ୟାପକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ବରୋଜଗାର ହୋଇ ଆର୍ଥିକ ଉନ୍ନତି କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଶିବିରରେ ମୋଟ ୧୮୧ ଜଣ ଶିକ୍ଷିତ ବେକାର ଯୁବତୀ ଯୁବକ ମାନେ ନିଜର ନାମ ପଞ୍ଜିକୃତ କରିଥିଲେ। ବିଭିନ୍ନ କର୍ମ ସଂସ୍ଥାରୁ ଆସିଥିବା ଅଧିକାରୀ ଓ କର୍ମଚାରୀ ମାନେ ନିଜ ନିଜ ଅନୁଷ୍ଠାନରେ ମିଳୁଥିବା ସୁବିଧା ସୁଯୋଗ ଉପରେ ଯୁବତୀ ଯୁବକ ଙ୍କୁ ଅବଗତ କରେଇ ଥିଲେ। କାର୍ଯ୍ୟକ୍ରମ କୁ ଓଡ଼ିଶା ଜୀବିକା ମିଶନ ଜମନକିରା ଭାରାପ୍ରାପ୍ର ଅଧିକାରୀ ସରୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅକ୍ଷୟ ଟପୋ ସହଯୋଗ କରିଥିଲେ। ନିଯୁକ୍ତି ମେଳାରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories