Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିବା ସରପଞ୍ଚ ମମତା ଭେଙ୍ଗରାଙ୍କ ବିରୋଧରେ ଆସିଥିବା ଅନାସ୍ଥା କାଟ ଖାଇଲ

ଜମନକିରା : ଜମନକିରା ବ୍ଲକ୍ ଅନ୍ତର୍ଗତ ଟିକିବା ସରପଞ୍ଚ ମମତା ଭେଙ୍ଗରା ଆସ୍ଥା ଭୋଟରେ ଆଜି ବିଜୟୀ ହୋଇଛନ୍ତି। ଆଜି ଟିକିବା ପଂଚାୟତ ଅଫିସ ଠାରେ ଆଗତ ଅନାସ୍ଥା ପ୍ରସ୍ତାବ ସରପଞ୍ଚ ଶ୍ରୀମତୀ ଭାଙ୍ଗରା ଙ୍କ ବିରୋଧରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ହରେକୃଷ୍ଣ ବରିହା ଉଭୟ ପକ୍ଷଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମିଳିମିଶି ପଂଚାୟତର ବିକାଶ ପାଇଁ କାମ କରିବାକୁ ବୁଝାଇଥିଲେ। ତେବେ ନିର୍ବାଚନ ପାଇଁ ଧାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରପଞ୍ଚ ମମତା ଭେଙ୍ଗରାଙ୍କ ସମର୍ଥକ ପହଞ୍ଚିବା ପରେ ଅନାସ୍ଥା ବିରୋଧରେ ନିର୍ବାଚନ ହୋଇଥିଲା। ସୂଚନା ଯୋଗ୍ୟ ଯେ, ଗତ ଡ଼ିସେମ୍ବର ମାସ ୨୮ ତାରିଖରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଅଫିସ ଠାରେ ଟିକିବା ପଂଚାୟତର ୮ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ଟିକିବା ସରପଂଚ ମମତା ଭେଙ୍ଗରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଆଜି ଟିକିବା ପଂଚାୟତରେ ଅନାସ୍ଥା ଭୋଟ ବେଳେ ସରପଂଚ ମମତା ଭେଙ୍ଗରାଙ୍କ ବିପକ୍ଷରେ ମାତ୍ର ୬ ଜଣ ଏଵଂ ତାଙ୍କ ସପକ୍ଷରେ ୫ ଜଣ ୱାର୍ଡ଼ସଭ୍ୟ ସଭ୍ୟା ଭୋଟ ଦେଇଥିଲେ। ଫଳରେ ଟିକିବା ସରପଂଚ ମମତା ଭେଙ୍ଗରା ଦୁଇ ତୃତୀୟାଂଶରୁ ଅଧିକ ଆସ୍ଥା ଭୋଟ ପାଇ ବିଜୟୀ ହୋଇଥିଲେ। ଫଳରେ ମାସାଧିକ କାଳ ସରପଂଚ ମମତା ଭେଙ୍ଗରା ଓ ବିପକ୍ଷ ୱାର୍ଡ଼ ସଭ୍ୟ ସଭ୍ୟା ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଖେଳ ସମାପ୍ତ ଘଟିଛି। ନାଏବ ସରପଞ୍ଚ ଅଜିତ ୮ ଜଣ ସଭ୍ୟ ସଭ୍ୟଙ୍କୁ ନେଇ ଅନାସ୍ଥା ଆଣିଥିଲେ। କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଆଦେଶକ୍ରମେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଜିଷ୍ଟ୍ରେଟ ଦାୟିତ୍ବରେ ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହା ଏଵଂ କୌଣସି ଗଣ୍ଡଗୋଳ ଆଶଙ୍କାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଜମନକିରା ଥାନାର ଷ୍ଟାଫ ସମେତ ଏକ ପ୍ଲାଟୁନ ଫୋର୍ସ ସହିତ ସ୍ଥାନୀୟ ଆଇଆଇସି ପଦ୍ମାଳୟା ସାହୁ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଡେପୁଟୀ କଲେକ୍ଟର ଲୋଚନ ଶବର, ଏସଡିପିଓ ଟିକେଶ୍ୱର କିସାନ, ଜିପିଇଓ ଅଜୟ କୁମାର ଖଡ଼ିଆ, ଟିକିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ