ଲକ୍ଷ୍ମୀପୁର ୦୩/୦୧ …ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ଵାରା ପ୍ରଯୋଜିତ ଓ ଲକ୍ଷ୍ମୀପୁର ସ୍ନାତକ ବିଦ୍ୟାଳୟ ଦ୍ଵାରା ଆୟୋଜିତ ତିନିଦିନିଆ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଲକ୍ଷ୍ମୀପୁର ବିଧାୟକଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବଗୋଷ୍ଠୀ ରାଷ୍ଟ୍ର ଗଠନର ପ୍ରକୃତ ବିନ୍ଧାଣି ଓ ବିକଶିତ ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ର ଯୁକ୍ତ ତିନି ଅଧ୍ୟକ୍ଷ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ତିନିଦିନିଆ ଶିବିର ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ରୂପେ ଯୁକ୍ତ ଦୁଇ ଅଧ୍ୟକ୍ଷ, ପୂର୍ବତନ କଲେଜ ଅଧ୍ୟକ୍ଷ, ସାଂସଦ ପ୍ରତିନିଧି , ଲକ୍ଷ୍ମୀପୁର ବିଧାୟକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ୧୬ଟି ସ୍ନାତକ ମହାବିଦ୍ୟାଳୟରୁ ୧୦୫ଜଣ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଥିଲେ । ଏହି ଶିବିରରେ ଜାତୀୟ ସେବା ଯୋଜନା ମୁଖ୍ୟ ଚିନ୍ତାଧାରା, ଯୁବ ନେତୃତ୍ବ, ସଡ଼କ ସୁରକ୍ଷା, ମୂର୍ତ୍ତିକା ଓ ଜଳ ସଂରକ୍ଷଣ, ସାମାଜିକ ଗଣମାଧ୍ୟମ ଓ ପରିବେଶ ପରିଚାଳନା ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗୀତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ଓ ସାଂସ୍କୃତିକ ପ୍ରତିଯୋଗୀତା ତିନି ଦିନ ଧରି ଅନୁଷ୍ଠିତ ହେବ।