Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଳରାମ ଯୋଜନାରେ ଭୂମିହୀନ ଭାଗିଦାରୀ ଚାଷୀଙ୍କୁ ଋଣ ପ୍ରଦାନ ନେଇ ଏକ କର୍ମଶାଳା

ଜମନକିରା: ଜମନକିରା ବ୍ଲକ ଭିସି କକ୍ଷରେ ଆଜି ବଳରାମ ଯୋଜନାରେ ଭୂମିହୀନ ଭାଗିଦାରୀ ଚାଷୀଙ୍କୁ ଋଣ ପ୍ରଦାନ ନେଇ ଏକ କର୍ମଶାଳା ସ୍ଥାନୀୟ ବିଡ଼ିଓ ପ୍ରସନ୍ନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜମନକିରା ଷ୍ଟେଟ ବ୍ୟାଙ୍କ ପରିଚାଳକ ଶ୍ରୀନିବାସ ଦଳବେହେରା, ବଡରମା ପଞ୍ଜାବ ନେସନାଲ ବ୍ୟାଙ୍କ ପରିଚାଳକ ଗୁରୁଚରଣ ମଲ୍ଲିକ, ୟୁନିଅନ ବ୍ୟାଙ୍କ ଶାଖା ପରିଚାଳକ ସମଶେର ଆଲମ୍, ସମବାୟ ବ୍ୟାଙ୍କ ପରିଚାଳକ ଅନୁପମ ଦାଶ, ଗୁଣ୍ଡୁରୁଚୁଆଁ ଶାଖା ପରିଚାଳକଙ୍କ ସମେତ
କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ମତ୍ସ୍ୟ, ଜୀବିକା ମିଶନ ଏବଂ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥାଇ କିପରି ଭାଗ ଚାଷୀ ମନକୁ ଋଣ ପ୍ରଦାନ କରାଯିବ ସେ ଉପରେ ଟ୍ରେନିଂ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ଲୋଚନ ମାଝୀ ପରିଚାଳନା କରିଥିବା ବେଳେ ଆତ୍ମାର ଔଷଧିଷ ଦନ୍ତା, ଆକାଶ ରଞ୍ଜନ ଏବଂ ସୁଭଜିତ ବେହେରା ସହଯୋଗ କରିଥିଲେ।