Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ.. ପୁଷ୍ପଗୁଚ୍ଛ ବଦଳରେ ପୁଷ୍ପଗଛ ଦେଇ ଅତିଥି ଙ୍କୁ ସ୍ୱାଗତ…

ଲକ୍ଷ୍ମୀପୁର୦୫/୦୧ .. ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ  ଜାତୀୟ ସେବା ଯୋଜନା ଦ୍ଵାରା ପ୍ରଯୋଜିତ ଏବଂ ଲକ୍ଷ୍ମୀପୁର ସ୍ନାତକ ମହାବିଦ୍ୟାଳୟ  ଦ୍ଵାରା ଆୟୋଜିତ ତିନିଦିନିଆ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।  ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ  ସଭାପତିତ୍ବରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକକା,ଜାତୀୟ ସେବା ଯୋଜନା ସଂଯୋଜକ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ର
ଡ଼ ମନୋରଞ୍ଜନ ପ୍ରଧାନ , ଲକ୍ଷ୍ମୀପୁରଆଇଆଇସି ସୁଜ୍ଞାନୀ ସାହୁ,  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ , ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶୁଶାନ୍ତ କୁମାର ବେହେରା, ଡାକ୍ତର ଦେବେଶ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ହିକକା ଯୁବ ନେତୃତ୍ବ ରାଷ୍ଟ୍ର ବିକାଶର ପ୍ରକୃତ ଦାୟଦ ବୋଲି ମତପୋଷଣ କରିଥିଲେ ଏବଂ ଛାତ୍ରଛାତ୍ରୀ ପାଠପଢା ସହିତ ସମାଜ ସେବାରେ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କୁ ପୁଷଗୁଛ ବଦଳ ରେ ସବୁଜ ଓଡିଶା ର ବାର୍ତା ଅନୁଯାୟୀ ପୁଷ୍ପ ଗଛ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ୧୭ଟି ମହାବିଦ୍ୟାଳୟରୁ  ୧୦୫ଜଣ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା  କାର୍ଯ୍ୟକ୍ରମ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ତିଳୋତ୍ତମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ଜାତୀୟ ସେବା ଯୋଜନା ମୁଖ୍ୟ ଚିନ୍ତାଧାରା, ଯୁବ ନେତୃତ୍ବ, ସଡ଼କ ସୁରକ୍ଷା, ମୂର୍ତ୍ତିକା ଓ ଜଳ ସଂରକ୍ଷଣ, ସାମାଜିକ ଗଣମାଧ୍ୟମ ଓ ପରିବେଶ ପରିଚାଳନା ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗୀତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।  ଶେଷରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ମହାବିଦ୍ୟାଳୟରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ସ୍ମୃତି ଚିହ୍ନ ଓ ସମସ୍ତ ସ୍ବେଛାସେବୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଅଜିତା କୁମାରୀ ପଣ୍ଡା, ସେମିଳିଗୁଡା ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ରମେଶ ମଲ୍ଲିକ, ଜିକେସିଇଟି ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମ ଅଧିକାରୀ ସୁବ୍ରତ କୁମାର ରଥ ଓ ଅଧ୍ୟାପକ ଡ. ଜଗନ୍ନାଥ ରଥ ଅଧ୍ୟାପକ ଯଶୋବନ୍ତ ଗରଡା, ଅଧ୍ୟାପିକା ଜୟଶ୍ରୀ କର ସୁଧା ପଟ୍ଟନାୟକ, ମହିମା ରାଣୀ ରାଜୁ ,ସଂଗୀତା ନାଗ, ଅଙ୍କିତା ବାଡେକା, ଆମ୍ରି ହିକକା, ଆଙ୍କେଶ୍ଵର ଖୋରା, ଆଶିଷ ବିଷୋୟୀ, ହରିଶ୍ଚନ୍ଦ୍ର ବିଶୋଇ, ଭଜରାଜ ବିଶୋଇ, ଅଧ୍ୟାପକ ଶୀତଳ ପ୍ରସାଦ ଦାସ,କାହ୍ନୁ ଚରଣ ବିଶୋୟୀ, ଲକ୍ଷ୍ମୀକାନ୍ତ ଟାକ୍ରୀ, ପବିତ୍ର ମଣ୍ଡଳ, ଓ ରମାକାନ୍ତ ଖରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ