Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଶାମୁରାରେ କୈଶୋର ଓ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁଶାମୁରା ଠାରେ ଆଜି ଏକ କୈଶୋର ଓ ମହିଳା ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବାଏଫ ପ୍ରୋଜେକ୍ଟ ଅଫିସର ପବନ କୁମାର ବଟକ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାରେ ଡାକ୍ତର ରାଜାରାମ ଷଡଙ୍ଗୀ ମହିଳା ଓ କୈଶୋର ସ୍ୱାସ୍ଥ୍ୟ ପାଇଁ ଜୀବନ ଚର୍ଯ୍ୟା, ଭଲ ଭାବେ ହାତ ପ୍ରେଖ୍ୟାଳନ, ସ୍ୱଚ୍ଛତା, ସନ୍ତୁଳିତ, ପୁଷ୍ଟିକର ଖାଦ୍ୟ ପେୟ ଏବଂ ସାନିଟାରୀ ପ୍ୟାଡର ବ୍ୟବହାର ସଂପର୍କରେ ସଚେତନ କରିଥିଲେ। ଏଥିରେ ବାଏଫର ସିନିୟର ପ୍ରୋଜେକ୍ଟ ଅଫିସର ସୁରଜ ପାଟିଲ ଯୋଗଦେଇ ନିୟମିତ ବ୍ୟାୟାମ ଓ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗ୍ରାମର ସମସ୍ତ ମହିଳା ଓ କିଶୋରୀ ମାନଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କରି ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ସହାୟତାରେ ବାଏଫ ଏହାକୁ ପରିଚାଳନା କରିଥିବା ବେଳେ ସିଆରପି ସୁନିତା ନାଏକ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ