ସୁନ୍ଦରଗଡ଼: ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ ସକାଳୁ ସ୍ବାମୀ, ସ୍ତ୍ରୀ ବସି ନିଆଁ ପୁଉଁଥିଲେ । ହେଲେ ହଠାତ ଲାଗିଗଲା ନିଆଁ ଚାହୁଁ ଚାହିଁ ସ୍ବାମୀ ଜଳିବାକୁ ଲାଗିଲେ । ମହିଳାଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ କରିଛନ୍ତି ଭର୍ତ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବରାଇର ଖଣ୍ଡପାଟ ଗାଁରେ ।
ସୂଚନା ଅନୁସାରେ. ଖଣ୍ଡପାଟ ଗାଁରେ ଏହି ଦମ୍ପତି ଆଜି ସକାଳେ ନିଆଁ ପୁଉଁଥିଲେ । ଅଶାବଧାନତା ବଶତଃ ହଠାତ୍ ସ୍ୱାମୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏହାଦେଖି ପତ୍ନୀ ଚିତ୍କାର କରିବାକୁ ଗାଁ ଲୋକେ ପହଞ୍ଚି ନିଆଁକୁ ଲିଭାଇଥିଲେ । ପରେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।