Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୁଡାଖାଇ ଯାତ୍ରାର ମୁଖ୍ୟ ପୂଜକଙ୍କ ପରଲୋକ

ତରଭା: ତରଭା ଅଞ୍ଚଳର ଆଦିବାସୀଙ୍କ ପ୍ରସିଦ୍ଧ ଚୁଡାଖାଇ (ଡଙ୍ଗର)ଯାତ୍ରାର ଦେବୀ ପୁଡାପାଟ,ସିକେରପାଟ,ସରଗାସିନି ଓ ବାହୁତିଙ୍କ ମୁଖ୍ୟ ପୂଜକ ମନୋଜ ଝାଙ୍କର(୫୮)ଙ୍କ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ କଟକ ବଡ଼ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି।ସେ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମିନା,ବଡ଼ପୁଅ ସରୋଜ,ଝିଅ ସୁଷମା ଉପସ୍ଥିତ ଥିଲେ।ତାଙ୍କର ମର ଶରୀର ନିଜ ଗ୍ରାମ କୁଟଶିରାକୁ ଅଣାଯାଇ ସୋମବାର ସକାଳେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ସରୋଜ ମୁଖାଗ୍ନି ଦେଇଥିଲେ।ମନୋଜଙ୍କ ପରଲୋକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଚୁଡାଖାଇ ମହୋତ୍ସବ କମିଟି ସଭାପତି ଦଶରଥ ସାହୁ,ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ଦୁବୁଲା ସରପଞ୍ଚ ଆର୍ତ୍ତତ୍ରାଣ ବଗର୍ତ୍ତି, ହୋମିସ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ,ଅନ୍ତର୍ଯ୍ୟାମୀ ସାହୁ,ଅବସରପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।