Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ୪୮୦ ଜଣଙ୍କ ମଧ୍ୟରୁ ପରୀକ୍ଷା ଦେଲେ ୪୪୬ ଜଣ ପରୀକ୍ଷାର୍ଥୀ

ଜମନକିରା : ଜମନକିରା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଜମନକିରା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ବ୍ଲକ ୨୧ ଟି ପଞ୍ଚାୟତ ରୁ ସର୍ବ ମୋଟ ୪୮୦ ଜଣ ପଞ୍ଜିକୃତ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ମୋଟ ୪୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଚିନିମହୁଲ ସ୍ଥିତ ଆଦର୍ଶ ବିଦ୍ୟାଳୟରେ କେବଳ ଷଷ୍ଠ ଶ୍ରେଣୀ ପାଇଁ ୩୦୦ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରୁ ୨୮୨ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ଜମନକିରା ପଞ୍ଚାୟତ ସରକାରୀ ବିଦ୍ୟାଳୟରେ ୧୮୦ ଜଣଙ୍କ ମଧ୍ୟରୁ ୧୬୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଏହି ସେଣ୍ଟର୍ ରେ ଷଷ୍ଠ ଶ୍ରେଣୀ ପାଇଁ ୬୨ ରୁ ୬୦, ସପ୍ତମ ଶ୍ରେଣୀ ପାଇଁ ୬୪ ରୁ ୫୪, ଅଷ୍ଟମ ଶ୍ରେଣୀ ପାଇଁ ୩୮ ରୁ ୩୬ ଏବଂ ନବମ ଶ୍ରେଣୀ ପାଇଁ ୧୬ ରୁ ୧୪ ଜଣ ପରୀକ୍ଷା ଦେଇଥିଲେ। ଉଭୟ ପରୀକ୍ଷା କେନ୍ଦ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ପ୍ରମୁଖଙ୍କ ସମେତ ଶିକ୍ଷା ବିଭାଗ ଅନ୍ୟ ଅଧିକାରୀ ମନେ ଉପସ୍ଥିତ ଥାଇ ପରୀକ୍ଷା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପରୀକ୍ଷା ପୂର୍ବାହ୍ନ ୯ ଟା ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀ ପାଇଁ ପରୀକ୍ଷା ସମୟ ରହିଥିବା ବେଳେ ସପ୍ତମ ରୁ ନବମ ଶ୍ରେଣୀ ପାଇଁ ସମୟ ନିର୍ଘଣ୍ଟ ପୂର୍ବାହ୍ନ ୯ ଟା ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ରହିଥିଲା। ଉଭୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ କୃଷ୍ଣଚନ୍ଦ୍ର ନନ୍ଦ, ସହକାରୀ ଅଧ୍ୟାପକ, ଅଧ୍ୟାପିକା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ