Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡ଼ି ଦୁର୍ଘଟଣା ରେ ୫ବର୍ଷ ର ଶିଶୁ ର ମୃତ୍ୟୁ । 2 ଘଣ୍ଟା 10 ନମ୍ବର ରାଜ୍ୟ ରାଜପଥ ଜାମ।

ରେଙ୍ଗାଲି ବ୍ଲକ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ୧୦ ନଂ ରାଜ୍ୟ ରାଜପଥ ପାଲଟିଛି ମରଣ ଯନ୍ତା। ଏନ ଏଲ ସି କମ୍ପାନୀ ରୁ ଆସୁଥିବା କୋଇଲା ବୋଝେଇ ଭାରି ଯାନ ଗୁଡିକ ପ୍ରତିଦିନ ରାସ୍ତା କଡରେ ଅବାଧ ପାର୍କିଂଗ କରି ରାସ୍ତା କୁ ଅବରୋଧ କରୁଛନ୍ତି। ଯାହାଫଳରେ ପ୍ରାୟତଃ ଏହି ଅଞ୍ଚଳରେ ନିରୀହ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଜି ସକାଳ ପ୍ରାୟ ୯ ଟା ସମୟରେ ନିକଟସ୍ଥ ଚାଳଟିକ୍ରା ନିବାସୀ ଗିରିଶ ଚନ୍ଦ୍ର ନାଏକ ,ତାଙ୍କ ଧର୍ମ ପତ୍ନୀ ଓ ତାଙ୍କର ୫ବର୍ଷ ର ପୁଅ ସତ୍ୟମ ନାଏକ ଙ୍କ ସହିତ ସୁନ୍ଦରଗଡ ଅବିମୁଖେ ଏକ୍ଟିଭା ସ୍କୁଟର (OD15J9616)ରେ ଯାଉଥିବା ସମୟରେ ପଛପଟୁ ଏକ କୋଇଲା ବୋଝେଇ ଭାରିଯାନ ଆସି ଏମାନ ଙ୍କୁ ଧକ୍କା ଦେଇଥିଲା।ଫଳରେ ଭାରସାମ୍ୟ ହରାଇ ଏମାନେ ପଡିଯାଇଥିଲେ।ଏଥିରେ ଗିରିଶ ଚନ୍ଦ୍ର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଆଘାତ ହୋଇଥିବା ବେଳେ ତାଙ୍କ ପୁତ୍ର ସତ୍ୟମ ନାଏକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ଘଟାଇଥିବା ଗାଡ଼ି ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଁ ଲୋକେ ଏଥିରେ ବିକ୍ଷୋଭ କରି ରାଜରାସ୍ଥା କୁ କିଛି ସମୟ ଅବରୋଧ କରିଥିଲେ। ଖବର ପାଇ ରେଙ୍ଗାଲି ଅତିରିକ୍ତ ତହସିଲଦାର ସୁଜିତ୍ ଶତପଥୀ, ସମ୍ବଲପୁର ଏସ ଡି ପି ଓ ତୁଫାନ ବାଗ, ବିଭିନ୍ନ ଥାନା ର ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତ ପରିବାର ଙ୍କୁ 1ଲକ୍ଷ 20ହଜାର ଟଙ୍କା ଦେବା ପରେ ରାସ୍ତା ରୋକ ହଟିଥିଲା। ଏଥିପାଇଁ ପ୍ରସାସନ ଏବଂ ଏନ ଏଲ ସି କମ୍ପାନୀ ଦାୟୀ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ପ୍ରସାସନ କହିବା ଅନୁଯାୟୀ ଏଠାରେ ଗାଡ଼ିଗୁଡିକ ଟ୍ରାନ୍ସପୋଟ ଯୋଗୁ ପାର୍କିଂଗ କରୁଛନ୍ତି ଏବଂ ଏହା ଖୁବ ଶୀଘ୍ର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ