Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ହାଇସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଳାଇ ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବେଦମତି ମେଂଡିଲି ଯୋଗ ଦେଇ “ଶିକ୍ଷା ହିଁ ସମ୍ପତ୍ତି” ବୋଲି ମତ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମେଂଡିଲି, ମୋ ସ୍କୁଲ ଅଭିଯାନ ସଭାପତି ନଳିନୀ କାନ୍ତ ବାଘ, ବିଦ୍ୟାଳୟ ପରିଚାଳନା ସଭାପତି ବାବୁଲାଲ ମନ୍ତ୍ରା ପ୍ରମୁଖ ଉପସ୍ଥିତଥିଲେ l ମୁଖ୍ୟ ବକ୍ତା ଭାବେ ସିଆରସିସି ସୁଧାଂଶୁ ଲୁହା ଯୋଗ ଦେଇଥିଲେ l ଅନ୍ୟତମ ଅତିଥିଭାବେ ହିନ୍ଦି ଶିକ୍ଷକ ଅନିରୁଦ୍ଧ ପାଢ଼ୀ , ବିଜୟ କୁମାର ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ର ଅଧ୍ୟାପକ ଶଙ୍ଖସିନ୍ଧୁ ପୁରୋହିତ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ଶିକ୍ଷକ ସୁଧୀର କୁମାଋ ହୋତା ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଅମିତ ପାତ୍ର ଓ ହୃଷିକେଶ ପଧାନ ପୁରସ୍କାର ବିତରଣ କାର୍ଯ୍ୟ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମହେସ ଦେହେରି , ପ୍ରଶାନ୍ତ ସାହୁ, କବିତା ବାଘ , ରାଜୁ ମିଶ୍ର ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ସାନ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।