Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନୋଜ ନାଏକ ସ୍ମାରକୀ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବାନେର ଦଳ ଚାମ୍ପିୟାନ ।

କଳାହାଣ୍ଡି:୧୨/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ କୋକସରା କସ୍ତୁରବା ଖେଳ ପଡିଆ ରେ ସ୍ବର୍ଗତ ଫୁଟବଲ ଖେଳାଳି ସନୋଜ ନାଏକ ଙ୍କ ସ୍ମୃତି ରେ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଉଦଯାପିତ ଉତ୍ସଵ କାର୍ଯ୍ୟକ୍ରମ ରେ ସ୍ପୋର୍ଟସ କ୍ଲବ ର ସଭାପତି ତ୍ରିମୋହନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ,ସମ୍ମାନିତ ଅତିଥି ଭାବେ ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଇଂ. ତ୍ରୁପ କୁମାର ପାତ୍ର, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମାଜସେବି ପୁରୁଷୋତ୍ତମ ଗୁପ୍ତା, ସୁଶୀଳ କୁମାର ଅଗ୍ରୱାଲ, ଯଶୋବନ୍ତ ସିଂ ନାଏକ, ଯୁବ ଉଦ୍ୟୋଗପତି ବିକ୍ରମ ଗୁପ୍ତା,ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ବିଜେପି ନେତା ତ୍ରିନାଥ ଶବର, ବସନ୍ତ ନାଗ, ଅର୍ଜୁନ ଭାଟି, ଦୁର୍ଗା ପ୍ରଧାନୀ,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସ୍ପୋର୍ଟସ କ୍ଲବ ର ଉପଦେଷ୍ଟା ତ୍ରିଭୁବନ ନାଏକ ପ୍ରମୁଖ ଉପସ୍ଥିତ ରହି ଉଦଯାପିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦଳ ଓ କଳାହାଣ୍ଡି ଜିଲ୍ଲା ବାନେର ଦଳ ପରସ୍ପର କୁ ଫାଇନାଲ ରେ ମୁକାବିଲା କରିଥିଲେ। ଉପସ୍ଥିତ ଅତିଥିମାନେ ପଡିଆ ରେ ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ସହ ଉତ୍ସାହିତ କରିଥିଲେ।ଉଦଯାପିତ ମ୍ୟାଚ କୁ ରାଜ୍ୟ ସ୍ତରୀୟ ରେଫରି ନବୀନ କୁମାର ନାଏକ ଓ ଲାଇନ ମ୍ୟାନ ସୌମ୍ୟ ରଞ୍ଜନ ଛାତ୍ରୀଆ, ପିଙ୍କୁ ଚିନ୍ଦା, ୪ର୍ଥ ରେଫରି ଅମିତ କୁମାର ମହାନ୍ତି, ଶଙ୍କର ପୋଢ଼,ଖେଳ ଶିକ୍ଷକ ଶଙ୍କର ପୋଢ଼,ନିର୍ମଳ ଦଣ୍ଡସେନା,ରାଧାମୋହନ ପଟ୍ଟନାୟକ,ପରିଚାଳନା କରିଥିବା ବେଳେ ଖେଳ ଧାରା ବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ଉଦଯାପନି ମ୍ୟାଚ ରେ ଉଭୟ ଦଳ ସଂଘର୍ଷପୁର୍ଣ୍ଣ ଖେଳ ପ୍ରଦର୍ଶନ କରିଥିବା ବେଳେ ଖେଳ ର ପ୍ରଥମ ହାଫ ରେ ବାନେର ଦଳ କୁ ଟିଟିଲାଗଡ଼ ଦଳ ୧/୦ ଗୋଲ ଦେଇ ଅଗ୍ରଣୀ ରହିଥିବା ବେଳେ ଖେଳ ର ଦ୍ଵିତୀୟ ହାଫ ରେ ବାନେର ଦଳ ଟିଟିଲାଗଡ଼ ଦଳ କୁ ଗୋଲ ଦେଇ ମ୍ୟାଚ ଡ୍ର କରିଥିଲେ। ପରେ ପେନାଲଟି ସୁଟ ରେ ବାନେର ଦଳ ଗୋଲ ସ୍କୋର କରି ମ୍ୟାଚ ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଦଳ କୁ ସ୍ବର୍ଗତ ସନୋଜ ନାଏକ ଙ୍କ ସ୍ତ୍ରୀ ବୀଣାପାଣି ନାଏକ ଙ୍କ ଉପସ୍ଥିତି ରେ ଅତିଥିମାନେ ବିଜୟୀ ଟ୍ରଫି ଓ ପୁରସ୍କୃତ ରାଶି ପ୍ରଦାନ କରିଥିଲେ। ସ୍ପୋର୍ଟସ କ୍ଲବ ପକ୍ଷରୁ ସମ୍ପାଦକ କ୍ଷୀରସିନ୍ଧୁ ନେଗି, ଜୟନ୍ତ ରାଉତ, କାମାକ୍ଷ ନାଏକ,ସଚିନ ଗୁପ୍ତା, ମହେଶ ଗୁପ୍ତା, ଅମର ସୁନା, କିଶନ ନାଏକ, ସୁରଜ ନାଏକ, ଦେବେନ୍ଦ୍ର ନାଏକ, ପ୍ରବୀଣ ଶବର, ସୁରେନ୍ଦ୍ର ମାଝୀ, ଜିତାମିତ୍ର ପ୍ରଧାନୀ, ପପୁ ଦଣ୍ଡସେନା, ସୁବ୍ରତ ପୁଝାରି, କ୍ଷୀରସିନ୍ଧୁ ପ୍ରଧାନୀ, ରାଜୁ ଶବର ପ୍ରମୁଖ ସ୍ପୋର୍ଟସ କ୍ଲବ ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଖେଳ ର ଲାଇଭ ଟେଲିକାଷ୍ଟ ମଧ୍ୟ ଚମ୍ପିୟାନ ୟୁଟୁବ ସୋସିଆଲ ମିଡିଆ ରେ ଉପଲବ୍ଧ କରାଯାଇଥିଲା। ଫାଇନାଲ ଖେଳ ଉପଭୋଗ କରିବାକୁ ପଡିଆ ରେ ୫ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ ।