Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୦ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ଉଦଯାପିତ ବାବାଙ୍କ ରଚିତ “ଆସ ଲୋଡ଼ିବା ପ୍ରଭୁଙ୍କୁ” ପୁସ୍ତକ ଉନ୍ମୋଚିତ

୪୦ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ଉଦଯାପିତ
ବାବାଙ୍କ ରଚିତ “ଆସ ଲୋଡ଼ିବା ପ୍ରଭୁଙ୍କୁ” ପୁସ୍ତକ ଉନ୍ମୋଚିତ
ଝାରସୁଗୁଡ଼ା ୧୩/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ପଞ୍ଚଗାଁ ବିଜାପାଲି ମହିମା ଆଶ୍ରମରେ ଅନୁଷ୍ଠିତ ୪୦ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଳିଲା ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ଉଦଯାପିତ ହୋଇ ଯାଇଛି । ମହିମା ଆଶ୍ରମର ପୁରୋଧା ପୂଜ୍ୟପାଦ ବ୍ରହ୍ମାବଧୂତ ବୀରେନ୍ଦ୍ର କୁମାର ବାବାଙ୍କ ତତ୍ୱାବଧାନରେ ଶନିବାର ଅପରାହ୍ନ ୩ ଟାରେ କଳସ ଯାତ୍ରା, ସନ୍ଧ୍ୟା ବ୍ରହ୍ମ ମୁହୁର୍ତ୍ତରେ ବ୍ରହ୍ମାଧୁନି ସ୍ଥାପନ,ଅଖଣ୍ଡ ବ୍ରହ୍ମବତୀ ପ୍ରଜ୍ବଳନ, ଆଠ ଭଜନ, ଜଗତର କଲ୍ୟାଣ ନିମନ୍ତେ ବ୍ରହ୍ମଧୁନିରେ ଘୃତାହୁତି ସହ ଯଜ୍ଞ ଆରମ୍ଭ ହୋଇ ରବିବାର ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ଦର୍ଶନ ସ୍ତୁତି ପ୍ରାର୍ଥନା, ଅବକାଶ ଜଣାଣ, ଛାତ୍ରଛାତ୍ରୀ ମାନଙ୍କୁ ବାବା ମହୋଦୟଙ୍କ ଦ୍ୱାରା ନୀତିବାଣୀ ଓ ସତ ମାର୍ଗ ଦର୍ଶନ,ମହିମା ମହା ପ୍ରସାଦ ଅର୍ପଣ, ମହିମା ବାଲ୍ୟଳିଲା ଅନ୍ତେ ବିଶ୍ୱର କଲ୍ୟାଣ ପାଇଁ ଘୃତାହୁତି ସହ ସାଧୁସନ୍ଥଙ୍କ ଦ୍ୱାରା ଭଜନ, ଜଣାଣ,ସତସଙ୍ଗ, ପ୍ରବଚନ ଆଦି ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ଆଜି ପବିତ୍ର ପୌଷ ପୂର୍ଣ୍ଣିମା ସୋମବାର ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ଦର୍ଶନ ସ୍ତୁତି ପ୍ରାର୍ଥନା, ଅବକାଶ ଜଣାଣ ସହିତ ସକାଳ ୧୧ ଟା ଶୁଭ ମୁହୁର୍ତ୍ତରେ ବ୍ରହ୍ମଧୁନିରେ ଘୃତାହୁତି ଓ ପୂର୍ଣ୍ଣାହୁତି ସହିତ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉଦଯାପିତ ହୋଇଥିଲା । ସାଧୁସନ୍ଥ ମାନଙ୍କ ମଧ୍ୟରେ ବ୍ରହ୍ମାବଧୂତ ତୁଳରାମ ବାବାଙ୍କ ସହ ସାଧୁ ଦାରୁକ ଦାସ, ସାଧୁ ଚିତ୍ରସେନ ଦାସ,ସାଧୁ ସ୍ୱରୂପାନନ୍ଦ ଦାସ,ସାଧୁ ଦୟାନିଧି ଦାସ, ସାଧୁ ଧନିରାମ ଦାସ, ସାଧୁ ବାଦଲ ଦାସ, ସାଧୁ କାହ୍ନା ଦାସ, ସାଧୁ ହରି ଦାସ,ସାଧୁ ଅଭୟ ଦାସ,ମହେନ୍ଦ୍ର ତ୍ୟାଗୀ,ସୁମନ୍ତ ତ୍ୟାଗୀ, ଜଗଦୀଶ ତ୍ୟାଗୀ, ରୁଦ୍ର ତ୍ୟାଗୀଙ୍କ ସମେତ ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ ତଥା ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମହିମା ଧର୍ମାଲମ୍ବୀ ସାଧୁସନ୍ଥ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଯଜ୍ଞ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ମାନଙ୍କରୁ ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବ୍ରହ୍ମାବଧୂତ ବୀରେନ୍ଦ୍ର କୁମାର ବାବା ମହାପ୍ରଭୁଙ୍କୁ ମହା ପ୍ରସାଦ ଅର୍ପଣ କରିବା ପରେ ସମସ୍ତଙ୍କୁ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ପୂଜାର୍ଚ୍ଚନା କରିବା ସହିତ ପୂଜ୍ୟପାଦ ବାବାଙ୍କ ଆଶୀର୍ବାଦ ନେଇଥିଲେ ଏବଂ ବ୍ରହ୍ମାବଧୂତ ବୀରେନ୍ଦ୍ର କୁମାର ବାବାଙ୍କ ସ୍ୱ ରଚିତ “ଆସ ଲୋଡ଼ିବା ପ୍ରଭୁଙ୍କୁ” ପୁସ୍ତକ କୁ ମଧ୍ୟ ଉନ୍ମୋଚିତ କରିଥିଲେ । ସେହିଭଳି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ପୂର୍ବତନ ବିଧାୟିକା ଅଳକା ମହାନ୍ତି, ରଘୁନନ୍ଦନ ପଣ୍ଡା, ବିଶ୍ୱନାଥ ନାୟକ,ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ତଥା ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ମହିମା ଆଶ୍ରମ ପରିଚାଳନା କମିଟି ତଥା ପଞ୍ଚଗାଁ, ଅତାବିରା, ଭିକମପାଲି, ପଲସଦା,ମଚିଦା, କତରବଗା ଓ ଜାମଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀ ବିଭିନ୍ନ ଦାୟିତ୍ୱ ସମ୍ପାଦନା କରିଥିଲେ । ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ