Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁଯାତ୍ରା ପରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ କଂସ ମହାରାଜ

ପୁରୀ: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି । ୧୩ ତାରିଖରେ କୃଷ୍ଣ ମହାରାଜ କଂସଙ୍କୁ ବଧ କରିବା ସହ ଚଳିତବର୍ଷ ଧନୁଯାତ୍ରାରେ ପଡ଼ିଛି ଜବନିକା । ମହାରାଜ କଂସଙ୍କୁ ହତ୍ୟା କରି ପୃଥିବୀକୁ ପାପ ମୁକ୍ତ କରିଛନ୍ତି କୃଷ୍ଣ । ଧନୁଯାତ୍ରା ଶେଷ ପରେ କଂସ ଭୁମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ପୁରୀ ଯାଇ ପାପମୋଚନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ପୁରୀରେ ପହଞ୍ଚିବା ପରେ କଂସ ମହାରାଜ ମହୋଦଧିରେ ବୁଡ଼ ପକାଇ ଥିଲେ । ସେଠାରେ ପଇତା ବିସର୍ଜନ କରିବା ସହ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଏହାପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ଏହାପରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । କଂସ ଭୁମିକାରେ ଅଭିନୟ କରିବା ବେଳେ କୃଷ୍ଣ, ବଳରାମଙ୍କୁ କଟୁଭାଷାରେ ସମାଲୋଚନା କରିଥିବାରୁ କ୍ଷମା ପ୍ରାର୍ଥନ କରିଥିଲେ ।