Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବି ଉପବାସରେ ରହିବେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ତୁଟୁନି ସେବାୟତଙ୍କ ବିବାଦ । ଗତକାଲି ଉପବାସରେ ରହିଥିବା ପ୍ରଭୁ ଲିଙ୍ଗରାଜ ଆଜି ବି ଅଖିଆ ଅପିଆ ରହିବେ । ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ । ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି । ବିବାଦ ସମାଧାନ କରିବାରେ ବିଫଳ ପ୍ରଶାସନ । ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସେବାୟତ ।ଗତକାଲି ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରି ପାରି ନଥିଲା । ଚେଷ୍ଟା ଚାଲିଛି କହି ହାତ ଟେକି ଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । ଆଜି ପୁଣି ବସିପାରେ ବୈଠକ । ମକର ସଂକ୍ରାନ୍ତିରେ କ୍ଷୀର ଆଉଟା ନୀତି ନେଇ ଆରମ୍ଭ ହୋଇଥିଲା ବିବାଦ ।