Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ….ବିଭିନ୍ନ ବର୍ଗର ଶ୍ରେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ ପାଇଁ ଗୁରୁତ୍ବ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ବର୍ଗର ଶ୍ରେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ ପାଇଁ ବିଡ଼ିଓ ଶ୍ରୀ ସେଠୀ ପ୍ରସ୍ତାବ ଦେଇଥିବା ବେଳେ ଏହା ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା। ଚଳିତ ଗଣତନ୍ତ୍ର ଦିବସ କୁ ବଡ ଧୁମ୍ ଧାମରେ ପାଳନ କରିବା ପାଇଁ ବିଡ଼ିଓ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ଅଗ୍ନିଶ୍ରମ୍ ବିଭାଗ, ପୋଲିସ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି ବିଭିନ୍ନ ବିଭାଗ କୁ ସାମିଲ କରିବା ପାଇଁ କୁହାଯାଇଥିଲା। ବିଭିନ୍ନ ବର୍ଗ ଯଥା ଶିକ୍ଷକ, ଆଶା, ସ୍ୱେଚ୍ଛା ସେବୀ, ଡାକ୍ତର, ନର୍ସ, ଚାଷୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ହୋଇଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ଏବିଡ଼ିଓ ର ରବୀନ୍ଦ୍ର ରଣା, ଏଇଇ ଶାଲିନୀ ସିଂ, ଜିପିଡିଓ ଅଜୟ ଖଡିଆ, ବିଏସଏସଓ ଅଭୟ ବାବୁ, ଏପିଓ ମନୋଜ ଭୋଇ, ଏବିଇଓ ଦେବକୀ ନାଏକ, ସାଂସଦ ପ୍ରତିନିଧି ରମେଶ ସାହୁ, ସ୍ଵେଚ୍ଛା ସେବୀ ଆଦି ପ୍ରସାଦ ମାହାକୁଲ ଙ୍କ ସମେତ ବ୍ଲକ ଅଧିକାରୀ, କର୍ମଚାରୀ, ସ୍ବେଛସେବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ