Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି ହାଇ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସାଧାରଣ ସଭା ରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି , ବୀରମହାରାଜପୁର କଲେଜର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ I ବୀରମହାରାଜପୁର ବିଇଓ ଶାନ୍ତନୁ କୁମାର କୁମ୍ଭକାର , ମୁର୍ଷୁଣ୍ଢି ସ୍ଥିତ ରଘୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠୀ , ସମିତିସଭ୍ୟା ସୁଗନ୍ଧା ଘିବିଲା , ସ୍କୁଲରେ ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ସାହୁ , ସିଆରସିସି କମ୍ଭୁ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସର ରେ ଗତ ମାଟ୍ରିକ ପରୀକ୍ଷା ରେ ଜିଲ୍ଲା ଓ ବ୍ଲକ ରେ ସର୍ବାଧିକ ନମ୍ବର ରଖିଥିବା ସ୍କୁଲ ର ୧୬ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ବାର୍ଷିକ କ୍ରୀଡା ରେ ଚାମ୍ପିଅନ ହୋଇଥିବା ବାଳିକା ବିଭାଗ ର ଫିଜା ବାଘ ଓ ବାଳକ ବିଭାଗର ଆକାଶ ମାଝୀ ଙ୍କ ସମତେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସମ୍ବିତ ପ୍ରଧାନ ଓ କହ୍ନେଇ ଚରଣ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ବ୍ରହ୍ମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପଦ୍ମନାଭ ପ୍ରଧାନ ଙ୍କ ସଂଯୋଜନା ରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।