ହରିଣା ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଏ ଗ୍ରା. ପ. ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ବାର୍ଷିକ କ୍ରିଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମକୁନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଆଇନଜିବୀ ରାଧାକାନ୍ତ ମହାକୁର , ବଲାଙ୍ଗୀର ସାଂସଦ ପ୍ରତିନିଧି ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଆଲୋକ ପଧାନ , ଗୋଷ୍ଠୀ ଶିକ୍ଷାଧିକାରୀ, ଉଲୁଣ୍ଡା, ଯୋଗେଶ୍ଵର ଦାସ , ସହ ଗୋଷ୍ଠୀ ଶିକ୍ଷାଧିକାରୀ, ଉଲୁଣ୍ଡା, ଠିକ ସେହିପରି ମୁଖ୍ୟବକ୍ତା ଭାବେ ଶୁଧାଂଶୁ ଶେଖର ଲୁହା ସିଆରସିସି , କୋଟସମଲାଏ ଯୋଗଦାନ କରି କ୍ରୀଡା ସମ୍ବନ୍ଧୀୟ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ l ଏଥିରେ ଦୁଇ ଦିନ ଧରି ଚାଲିଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ତଥା ଲମ୍ବ ଡିଆଁ , 200ମି ଦୌଡ଼, 100ମି ଦୌଡ଼, ବେଙ୍ଗ ଡିଆଁ, ବସ୍ତା ଦୌଡ଼, ବାଟି ଚାମଚ, ଅଙ୍କ ଦୌଡ଼, ପୁଚିଖେଳରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଏବଂ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାଶ୍ରିତାସୁଦ୍ଧା ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଗୋପାଳ ନାଏକ , ଶୁରେଶ ପଧାନ , ଷଷ୍ଠୀ ଧରୁଆ , ସେବତୀ ସୁରୁଜାଲା , ଗୀତାଞ୍ଜଳି ମହାକୁର ତଥା ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l