ବନବାସୀ ସମାଜ ର ବିକାଶ ରାଷ୍ଟ୍ର ସୁରକ୍ଷା ର ମେରୁଦଣ୍ଡ


ସମ୍ବଲପୁର:ବନବାସୀ କଲ୍ୟାଣ ଆଶ୍ରମ,ସମ୍ବଲପୁର ଦ୍ୱାରା “ସ୍ଥାପନା ଓ ନାରୀ ଶକ୍ତି ଦିବସ” ଉତ୍ସବ ଗୁରୁବାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ପାଳିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ସଂଘ ପୂର୍ବ ପ୍ରାନ୍ତ ପ୍ରଚାରକ ଓ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ଣୁ ପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି “୧୯୫୨ ମସିହା ଡିସେମ୍ବର ୨୬ ତାରିଖ ବନବାସୀ କଲ୍ୟାଣ ଆଶ୍ରମ ଛତିଶଗଡ଼ ଜସପୂରର ଗୋଟେ ଛାତ୍ରାବାସ ପ୍ରାରମ୍ଭ କରିଥିଲେ” ବୋଲି କହିଛନ୍ତି, ଏହା ସାଙ୍ଗରେ ବନବାସୀ କଲ୍ୟାଣ ଆଶ୍ରମର ଉଦ୍ଦେଶ୍ୟ ଓ ବନବାସୀ କଲ୍ୟାଣ ଆଶ୍ରମ ବନାଞ୍ଚଳରେ ଶିକ୍ଷା ପ୍ରଦାନ, ସ୍ବାସ୍ଥ୍ୟ ସେବା, ସଂସ୍କୃତି ସୁରକ୍ଷା, ଆର୍ଥିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାର ଲକ୍ଷ୍ୟରେ ବାଲା ସାହେବ ଦେଶପାଣ୍ଡେଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା ତାହାର ସ୍ତୃତିକୁ ମନେ ପକେଇ ସମ୍ବଲପୁର “ସ୍ଥାପନା ଦିବସ ଓ ନାରୀ ଶକ୍ତି ଦିବସ” ପାଳିତ କରିଛି ବୋଲି ଉଲ୍ଳେଖ କରିଛନ୍ତି। ଏବଂ ଅତିଥି ବକ୍ତା ପ୍ରାନ୍ତ ସହ ମହିଳା ପ୍ରମୁଖ ଶ୍ରୀମତୀ ଗୀତାଞ୍ଜଳି ଭୋଇ “ନାଗାଲାଣ୍ଡର ସ୍ଵାଧୀନତା ସଂଗ୍ରାମୀ ରାଣୀ ଗାଇଡିଲ୍ୟୁ ଜନ୍ମବାର୍ଷିକୀକୁ ନାରୀ ଶକ୍ତି ଦିବସ ରୂପେ ପାଳନ କରାଯାଏ ଓ ଜନଜାତିଙ୍କ ଗୌରବ ଗାଥା ବଖାଣିବା ସହ ଅହଲ୍ୟା ବାଈ ହୋଲକରଙ୍କ ବୀରତ୍ୱର କାହାଣୀ ମଧ୍ୟ କହିଛନ୍ତି।” ଏହା ସାଙ୍ଗରେ ସମ୍ମାନିତ ଅତିଥି ଭାବରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲୋକିତ ଦାଶ ଯୋଗ ଦେଇଛନ୍ତି।
ବନବାସୀ କଲ୍ୟାଣ ଆଶ୍ରମର ରାଜ୍ୟ କାର୍ଯ୍ୟକାରଣୀ ସଭାପତି ଡଃ. ପୁରୁଷୋତ୍ତମ ଅଗ୍ରୱାଲ କହିଛନ୍ତି ‘ଜନଜାତି ସମାଜର ଧର୍ମାନ୍ତରଣର ମୁଖ୍ୟକାରଣ ଆମେ ତାଙ୍କ ପାଖକୁ ଯାଉନାହୁଁ, ତେଣୁ ତାଙ୍କ ସହିତ ଜଡିତ ହେବା ପାଇଁ ହେଲେ ଆମ ସମସ୍ତଙ୍କୁ ବର୍ଷକୁ ଥରେ ବନଯାତ୍ରା କରିବା ଉଚିତ୍” ବୋଲି ମତପ୍ରକାଶ କରିଛନ୍ତି । ଡ଼ଃ. ଅଗ୍ରୱାଲଙ୍କ ତତ୍ତ୍ଵବଧନରେ କାର୍ଯକ୍ରମଟି ହୋଇଥିଲା ଏବଂ ତାଙ୍କର ଅନୁପ୍ରେରଣା ଓ ସଂଗଠନ ଶକ୍ତି ଦ୍ୱାରା ସମ୍ବଲପୁର ସହରର ସମସ୍ତ ସାମାଜିକ ସଂସ୍ଥା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସିଦ୍ଧେଶ୍ୱର ବେର୍ଣ୍ଣାର ଛାତ୍ରଛାତ୍ରୀମାନେ ଦେଶଭକ୍ତି ଗୀତ ଗାନ କରିଥିଲେ ଏବଂ ଏହା ସଙ୍ଗେସଙ୍ଗେ ବନବାସୀ କଲ୍ୟାଣ ଆଶ୍ରମର ଏକ ସୂଚନାମୂଳକ ଭିଡିଓ ଉପସ୍ଥାପନ କରାଯାଇଥିଲା। ବନବାସୀ କଲ୍ୟାଣ ଆଶ୍ରମ ସମ୍ବଲପୁରର ସଭାପତି ଡ଼ା ଅମୂଲ୍ୟ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ମାନସ ଶତପଥୀଙ୍କ ଧନ୍ୟବାଦ ଭାଷଣ ଦେଇଛନ୍ତି। ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ପ୍ରାନ୍ତ କାର୍ଯ୍ୟବାହା ଗଣେଷ ମହାପାତ୍ର, ନଗର ସଂଘଚାଳକ ଦୀପକ ପଣ୍ଡା, ନରେଶ ବର୍ମା, ପ୍ରଫୁଲ୍ଲ ବେହେରା, ଅନନ୍ତ ମହାନ୍ତି, ପ୍ରମୋଦ ଦୁଡଗା, କ୍ରିଷ୍ଣା ଭୋଇ, ପୀତବାସ ପଣ୍ଡା, ରବି ଲୋହିଆ, ଅମିତ ଡାଲମିଆ, ପ୍ରକାଶ ପାଢ଼ୀ, ଆଦିଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଶେଷରେ ବଂନ୍ଦେ ମାତରଂମ ସମସ୍ତେ ଗାନ କରି କାର୍ଯ୍ୟକ୍ରମଟି ସମାପ୍ତ କରାଯାଇଥିଲା।