Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଆଶ୍ରମ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ

ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଆଶ୍ରମ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷା ତିର୍ଥରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇ ମଶାଲ ଜାଳି କ୍ରୀଡା ମହୋତ୍ସବ କୁ ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଯୋଗଦେଇ କ୍ରୀଡା ଛାତ୍ରୀ ଛାତ୍ରଙ୍କ ଜୀବନରେ କି କି ପ୍ରକାର ଶିକ୍ଷା ଓ ଶାରୀରିକ ସ୍ତରରେ ଲାଭ ଦେଇଥାଏ ସେ ନେଇ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ମଙ୍ଗଳ ଅଧିକାରୀ ଐଶର୍ୟ୍ଯ ନାୟକ, ଶିକ୍ଷକ ସଂଘର ସଭାପତି ବିରେନ୍ଦ୍ର କୁମାର ପଟେଲ, ବିନାୟକ ପାଣ୍ଡେ ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୫୦, ୧୦୦, ୨୦୦ ମିଟର ଦୌଡ, ସର୍ଟ ଫୁଟ, ଡିସ୍କସ ଥ୍ରୋ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ବସ୍ତା ଡିଆଁ, ମ୍ୟାଜିକ ଚେୟାର, ଜିଲିବି ଖିଆ, ଲୁଚି ଖେଳ, ଦୌଡ ଡିଆଁ ଆଦି ଖେଳ ପ୍ରତିଯୋଗିତା ହୋଇଥିଲା। ସ୍କୁଲର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ କାହୁଁ ଚରଣ ଦାଶ, ଉର୍ମିଳା ସିଂ ମହାପାତ୍ର, ଜ୍ୟୋତି କିସାନ, ଦମୟନ୍ତୀ ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଖେଳ ଗୁଡ଼ିକ ଖେଳ ଶିକ୍ଷକ ନାରାୟଣ ପ୍ରଧାନ, ତପନ ଖୁଣ୍ଟିଆ ଖେଳ ପରିଚାଳନା କରିଥିଲେ। ଅଜୟ କୁମାର ଭୋଇ, କିଶୋର ପ୍ରଧାନ, ଏମିଲେନ୍ ଟପ୍ନୋ ପ୍ରମଖ ସ୍କୁଲ କର୍ମଚାରୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ।