Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଟଙ୍ଗପାଣି ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ; ଆମ ଲେଖା ହିଁ ଆମେ କରିବା…..ମନ୍ତ୍ରୀ ରବି ନାଏକ

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ଆଶ୍ରମ ସ୍କୁଲରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ରାଜ କିଶୋର ପ୍ରସାଦ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଆମ ଲେଖା ଆମେ ହିଁ କରିବା ବୋଲି କହିଥିଲେ। ଏହାର ଅର୍ଥ କୁ ବୁଝାଇବାକୁ ଯାଇ ସେ କହିଥିଲେ, ଆପଣ ମାନେ ମୋତେ ୪ ଥର ବିଧାୟକ କରି ସାରିଛନ୍ତି। ସେହି ବିଧାୟକ ସମୟରେ ଅନେକ ସମସ୍ୟା ନେଇ ମୋତେ ଲେଖା ଦେଉଥିଲେ। କିନ୍ତୁ ଏବେ ଆପଣ ମାନଙ୍କ ଆଶୀର୍ବାଦରେ ମୁଁ ମନ୍ତ୍ରୀ ହେଇ ପାରିଛି। ଏବେ ଆପଣ ମାନଙ୍କୁ ଆଉ ବେଶି ହଇରାଣ ହେବାକୁ ପଡିବ ନି। ଆମ ଲେଖା ଆମ ପାଖରେ ରହି ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ଛାତ୍ରିଛାତ୍ର ମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ଦିଲୀପ ତିର୍କୀ, ପ୍ରବୋଧ ତିର୍କୀ, ଶେଷ କିଷାନ ଭଳି ବ୍ୟକ୍ତି ବିଶେଷ ଆଜି ଆମ ଭାରତ ବର୍ଷ କୁ ଶୀର୍ଷ ସ୍ଥାନରେ ପହଞ୍ଚେଇ ପାରିଛନ୍ତି। ବିଶ୍ବରେ ଭାରତ ର ନାଆଁ ରଖିଛନ୍ତି। ତେଣୁ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ବିକଶିତ କରି ଲକ୍ଷ ସ୍ଥିର କଲେ ହିଁ ସର୍ବ ଶ୍ରେଷ୍ଠ ହୋଇ ପାରିବ ବୋଲି ଛାତ୍ରୀ ଛାତ୍ରଙ୍କୁ ବୁଝାଇଥିଲେ। ମଞ୍ଚ ପରିଚାଳନା ସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ଦେହୁରୀ କରିଥିବା ବେଳେ ପରିଚାଳନା କମିଟି ସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ ବାର୍ଷିକୀ ବିବରଣୀ ପଠନ କରିଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ହରେକୃଷ୍ଣ ବରିହା, ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ମାଝୀ, ସରପଞ୍ଚ ଡୁଲେଶ୍ୱରୀ ମାଝୀ ଏବଂ ସମିତିସଭ୍ୟ ସନାତନ ବାଘ ପ୍ରମୁଖ ଯୋଗଦେଇ ଅବିଭାବକ ଅବିଭାବିକା ମାନଙ୍କୁ କହିଥିଲେ କି, ପିଲା ମାନଙ୍କୁ ଘରେ ନରଖି ପ୍ରତ୍ୟେକ ଦିନ ସ୍କୁଲକୁ ପାଠ ପଢ଼ିବା ପାଇଁ ପଠେଇବା ପାଇଁ ଚେଷ୍ଟା କରନ୍ତୁ। ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ରୀ ଛାତ୍ର ଙ୍କ ପ୍ରତିଭା କୁ ଚିହ୍ନି ସେହି ହିସାବରେ ଶିକ୍ଷାର୍ଥୀ ଙ୍କୁ ପ୍ରୋତ୍ସାହିତ କରନ୍ତୁ। ପରିଶ୍ରମ ବିନା କୌଣସି କାର୍ଯ୍ୟ ସାଧିତ ହୁଏ ନାହିଁ, ତେଣୁ ଯେ କୌଣସି ଦିଗରେ ପରିଶ୍ରମ କରି ସଫଳତା ପାଇବା ପାଇଁ ଚେଷ୍ଟା କରନ୍ତୁ। ବିଦ୍ୟାଳୟର ଅନେକ ସମସ୍ୟା ରହିଛି ସେଗୁଡିକ ଆବଶ୍ୟକ ଅନୁସାରେ ସମାଧାନ କରାଯିବ।ବିଦ୍ୟାଳୟ ହେଉଛି ଏକ ଜ୍ଞାନର ମନ୍ଦିର। ଶିକ୍ଷା ଗ୍ରହଣ କରି ସମାଜରେ ଲଗେଇଲେ ହିଁ ସଠିକ୍ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି ଅତିଥିଗଣା ତାଙ୍କ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ସମଲେଶ୍ବରୀଙ୍କ ଫଟୋଚିତ୍ର ରେ ପୁଷମାଲ୍ୟ ପୂର୍ବକ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ଭାଷଣ ପରେ ପୂର୍ବୁରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସଭା କାର୍ଯ୍ୟ ଶେଷରେ ସହକାରୀ ଶିକ୍ଷକ ସୁମିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ସହକାରୀ ଶିକ୍ଷକ ଯୁବରାଜ ପଧାନ, ଶିକ୍ଷୟିତ୍ରୀ ଶକୁନ୍ତଳା ବାଘ ପରିଚାଳନାରେ ସହଯୋଗ କରିଥିବା ବେଳେ ନେତ୍ରାମଣି କିସାନ୍, ରାଜେନ୍ଦ୍ର ଘଟୁଆଲ, ସୁକେଶିନି ପଧାନ, ଝରଣା ପଧାନ ଏବଂ ଅଞ୍ଜନା ନାଏକ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।