Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ବୈଠକ

ଝାରସୁଗୁଡା ୨୦/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ହାଇସ୍କୁଲ ପରିସରରେ ବିଦ୍ୟାଳୟର ୧୯୭୨ ମ୍ୟାଟ୍ରିକ ବ୍ୟାଚ ଛାତ୍ର ସଂସଦର ବାର୍ଷିକ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ପୂରାତନ ଛାତ୍ର ସଂସଦର ବରିଷ୍ଠ ସଦସ୍ୟ ନେପାଳ ନାଏକ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଉକ୍ତ ବୈଠକରେ ଡ.ସନତ କୁମାର ପଧାନ ସଭାପତିତ୍ୱ କରିବା ସହିତ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସର୍ଵ ପ୍ରଥମେ ପୁରାତନ ଛାତ୍ର ତଥା ସହପାଠୀ ସ୍ବର୍ଗତ ସନ୍ତୋଷ ପଧାନ, ଡିଲେଶ୍ୱର ସାହୁ,ମୁରଲୀ ଧର ମେହେର,ବେଣୁ ଦର୍ଜି,ପଞ୍ଚାନନ ଦର୍ଜି ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ସଦସ୍ୟ ଦୁଃଖୀଶ୍ୟାମ ପଟ୍ଟନାୟକ ମତ ପ୍ରକାଶ କରି ବାର୍ଷିକ ବୈଠକକୁ ପ୍ରତିବର୍ଷ ପାଳନ କରିବା ପାଇଁ ପ୍ରେରଣା ଦେଇଥିଲେ । ସଭାର ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା ପୂର୍ବକ ସହପାଠୀ ମାନଙ୍କ ଆର୍ଥିକ ସ୍ଥିତିକୁ ଉଦଯିବିତ କରିବା ସହିତ ଆବଶ୍ୟକ ଅନୁଭବି ସଦସ୍ୟ ମାନଙ୍କୁ ସାହାଯ୍ୟ, ସହଯୋଗ ଏବଂ ସହାନୁଭୂତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ଏବଂ ତଦନୁଯାୟୀ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରିଥିଲେ । ଏହା ବ୍ୟତୀତ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ଦୃଷ୍ଟିରେ ରଖି ଛାତ ସଂସଦ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ସୁରେଶ କୁମାର ସିଂହ ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ଆଦେଶାନୁସାରେ ସଭା ସାଙ୍ଗ ଘୋଷଣା କରିଥିଲେ । ୧୯୭୨ ମ୍ୟାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଡ. ସନତ କୁମାର ପଧାନ, ସୁରେଶ କୁମାର ସିଂହ, ନୀଳମଣି ପାଣ୍ଡେ, ନେପାଳ ନାଏକ, ଜୟରାମ ପଧାନ, ଅନ୍ତର୍ଯ୍ୟାମୀ ପୂଜାରୀ, ଲବ ପଧାନ, ରାଧାକାନ୍ତ ପଟେଲ, ସୌକିଲାଲ ପଧାନ,ରୂପଧର ଓଡ଼ିଆ ,ଦୀନନାଥ ସାହୁ, ଚନ୍ଦ୍ରମଣି ଭୋଇ, ବିଶିକେଶନ କେଉଁଟ, ନନ୍ଦଲାଲ ପଧାନ,ତ୍ରିନାଥ ନାଏକ, ବେଦପତି ପଧାନ,ହରିହର ପାଣ୍ଡେ,ନବ କିଶୋର ହୋତା ପ୍ରମୂଖ ଯୋଗଦାନ କରି ନିଜ ନିଜ ସୁଚିନ୍ତିତ ମତାମତ ଦେଇଥିଲେ ।