ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ


ସମ୍ବଲପୁର:ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ ଆଜି ସ୍ଥାନୀୟ ସାଂସ୍କୃତିକ ସମାଜ ଭବନ ଠାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି । ନିକଟ ଅତୀତରେ ସମ୍ବଲପୁର ସାଂଗଠାନିକ ଜିଲ୍ଲା ର ୨୭ ଗୋଟି ମଣ୍ଡଳ ରୁ ୨୨ ଗୋଟି ମଣ୍ଡଳ ର ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କ ନାମ ଘୋଷଣା ହୋଇଥିଲା । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ ଏହି ୪୪ ଜଣ ଙ୍କ ମଧ୍ୟରୁ ହିଁ କେହି ନା କେହି ଜିଲ୍ଲା ସଭାପତି ଓ ରାଜ୍ୟ ପାରିଷଦ ସଦସ୍ୟ ଙ୍କ ନାମ କୁ ପ୍ରସ୍ତାବକ ଭବେ ପ୍ରସ୍ତାବନା ଓ ସମର୍ଥକ ଭବେ ସମର୍ଥନ ଦେଇ ପାରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।
ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ବ୍ରହ୍ମଗିରି ର ପୁର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସହ ନିର୍ବାଚନୀ ଅଧିକାରୀ ବିଭୂତି ଭୂଷଣ ପଟେଲ ଓ ରାମଚନ୍ଦ୍ର ମେହେର ଆଜିର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା କୁ ସୁଚାରୁ ରୁପେ ସମ୍ପନ୍ନ କରିଛନ୍ତି ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଦେଇଥିବା ସୂଚନା ମୁତାବକ ଆଜିର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରେ ସୁଶିଲ କୁମାର କର, ନମ୍ରଶକାନ୍ତ ପଟ୍ଟନାୟକ୍, ଶମ୍ଭୁ ବରେଲିଆ, ସୁଶାନ୍ତ କୁମାର ପୁରୋହିତ, ପ୍ରମୁଖ ଜିଲ୍ଲା ସଭାପତି ପାଈଁ ଓ ସୂର୍ଯ୍ୟ କୁମାର ପ୍ରଧାନ, ବିଦ୍ୟାଧର ସୁନା, ରାଧେଶ୍ୟାମ ବାରିକ, ବିଭୂତି କଲ୍ୟାଣ ପଟେଲ, ଅନିଲ କୁମାର ବେହେରା, ନିରଞ୍ଜନ କିଶୋର ଦାସ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ମିତ୍ରଭାନୁ ପ୍ରଧାନ ପ୍ରମୁଖ ରାଜ୍ୟ ପରିଷଦ ସଦସ୍ୟ ପାଈଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।