Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗଦେଇ ମଶାଲ ଜାଳି କ୍ରୀଡା ମହୋତ୍ସବ କୁ ଶୁଭାରମ୍ଭ କରିଥିଲେ। କ୍ରୀଡା ମହୋତ୍ସବ ସଭାକୁ ସହକାରୀ ଅଧ୍ୟାପିକା ସମଲେଶ୍ଵରୀ ତନ୍ତୀ ପରିଚାଳନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ଏବଂ ଅଧ୍ୟାପିକା ତୃପ୍ତି ପଟେଲ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ଉପମା ନାଏକ ଏବଂ ଅଧ୍ୟାପକ ରାକେଶ ପ୍ରଧାନ ଖେଳର ଧରା ବିବରଣୀ ପ୍ରଦାନ କରିଥିଲେ। ଏଥିରେ ୧୦୦, ୪୦୦, ୮୦୦ ମିଟର ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଡିସ୍କାସ ଥ୍ର ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଇଟି ନାରାୟଣ ପ୍ରଧାନ, ତପନ ଖୁଣ୍ଟିଆ ଏବଂ ଶିବ ପ୍ରସାଦ ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ।