Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଶିଶୁ କନ୍ୟା ଦିବସ ପାଳନ

ଜାତୀୟ ଶିଶୁ କନ୍ୟା ଦିବସ ପାଳନ
ଲକ୍ଷ୍ମୀପୁର ୨୧/୦୧.. ଲକ୍ଷ୍ମୀପୁର ସାଙ୍ଗନା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ମଦନ ମୁଦୁଲି ଓ ବିଭୂତି ଭୂଷଣ ଟାକ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଶିଶୁ କନ୍ୟା ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିଶୁ କନ୍ୟା ପାଇଁ ଉଚିତ୍ ପୋଷଣ, ଆଇନ ଗତ ସୁରକ୍ଷା,ନିଶ୍ଚିତ ଶିକ୍ଷା ଗ୍ରହଣ,ସାମାଜିକ ସୁରକ୍ଷା ପ୍ରଦାନ, ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ ତଥା ଶିଶୁ କନ୍ୟାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ଆହ୍ବାନ ଦେଇଥିଲେ।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ କନିଷ୍ଠ ବିଭାଗରେ ରଚନା ଓ ଚିତ୍ରାଙ୍କନ ରେ ଡୁମୁରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଞ୍ଜିତା ପ୍ରସ୍କା, ସଂଯୁକ୍ତା ମାଝି, ସଙ୍ଗୀତ ଓ ସ୍ଲୋଗାନ ଲିଖନ ରେ କାକିରିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୀପା ଖୋସ୍ଲା ଓ ଦାନି ଖରା ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ବରିଷ୍ଠ ବିଭାଗରେ ରଚନା, ଚିତ୍ରାଙ୍କନ, ସ୍ଳୋଗାନ ଲିଖନ ରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ଲିପ୍ସା ରାଣୀ ଯାନି, ଲଭଲି ସାଉନ୍ତା, ଦୁଲେନି ମାଣ୍ଡିଙ୍ଗା ଓ ସଙ୍ଗୀତ ରେ ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଲିକା ୱାଡେକା ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ପ୍ରତିଯୋଗିତାରେ ସି ଆର ସି ସି ଅମିୟ ଗରଡା, ଦୟାନିଧି ଗରଡା,ଶିକ୍ଷକ ଶଙ୍କର ଗୁଡ଼ୁମ୍ବକା, ଆଶୀର୍ବାଦ ନାୟକ,ଜ୍ୟୋଛନା ପଣ୍ଡା,ସୁନୀତା ସାହୁକାର,ମାଧୁରୀ ଲେଙ୍କା, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ଵାଇଁ, ମମତା ମହାନ୍ତି, ପ୍ରମିଳା ଏକ୍କା, ପ୍ରିୟମ୍ବଦା ସାହୁ,ଗାୟତ୍ରୀ ସାହୁ ଓ ସୁରଜ୍ ନାୟର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଯାଦବ ସଭା ପରିଚାଳନା କରିଥିଲେ।   ଜାନୁଆରି ୨୪ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନେ କୋରାପୁଟ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ