ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ରେଙ୍ଗାଲି ଠାରେ ଗୋଷ୍ଠି ଶୌଚାଳୟ ନର୍ମାଣ ଓ ଉଦ୍ଘାଟନ।


ରେଙ୍ଗାଲି ବସଷ୍ଟାଣ୍ଡ ନିକଟରେ ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଗୋଷ୍ଠି ଶୌଚାଳୟ ନର୍ମାଣ କରାଯାଇଥିଲା। ମଙ୍ଗଳବାର ଦିନ ତାହାର ଶୁଭ ଉଦ୍ଘାଟନ ହୋଇଥିଲା। ଗୋଷ୍ଠି ଶୌଚାଳୟ ଉଦ୍ଘାଟନୀ ଉତ୍ସବରେ ରେଙ୍ଗାଲି ର ପୁର୍ବତନ ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତା କାଟି ଶୌଚାଳୟ ଉଦ୍ଘାଟନ କରିଥିଲେ। ଜେଏସଡବ୍ଲୁ କମ୍ପାନୀ ର ସିଏସାର ମୁଖ୍ୟ ବିଶାଲ ରାଜ, ରେଙ୍ଗାଲି ର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର, ସାଲଡ ସରପଞ୍ଚ ସତ୍ୟନାରାୟଣ ମହାନନ୍ଦିଆ, ଯୁଗଳ ଅଗ୍ରୱାଲ, ନବୀନ ପ୍ରଧାନ, ଉତ୍ତମ ବିଶ୍ଵାଳ, ସ୍ଵାଧୀନ ଏକତା ସଂଗଠନ ର ସଭାପତି ରାଜୀବ ମିଶ୍ର, ସରୋଜ ବିଶୋଇ, ବରିଷ୍ଠ ନାଗରିକ ପରିଷଦ ର ଅନ୍ତର୍ଯ୍ୟାମୀ ପାଣି, ବିନୋଦ ନନ୍ଦ, ଉଦୟ ଚନ୍ଦ୍ର ମାହାଣା, ଶଶି ଭୂଷଣ ସାହୁ, ବିଶିକେସନ ପଣ୍ଡା, ସୁନିଲ ପ୍ରଧାନ ପ୍ରମୁଖ ଙ୍କ ସହ ବହୁ ରେଙ୍ଗାଲି ବାସୀ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ଜେଏସଡବ୍ଲୁ କମ୍ପାନୀ ଗୋଷ୍ଠି ଶୌଚାଳୟ କୁ ନିର୍ମାଣ କରି ରେଙ୍ଗାଲି ପଞ୍ଚାୟତ କୁ ହସ୍ତାନ୍ତର କରିଛି ଏବଂ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ସ୍ବାଧୀନ ଏକତା ସଂଗଠନ ବହନ କରିଛି। ରେଙ୍ଗାଲି ବସଷ୍ଟାଣ୍ଡ ନିକଟରେ ଶୌଚାଳୟ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ, ଯାହା ହେଉ ଦୀର୍ଘଦିନ ଅପେକ୍ଷା ର ଅବସାନ ଘଟିଲା ବୋଲି ଲୋକେ ମତବ୍ୟକ୍ତ କରିଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.