ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ନାଗେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଆଜି ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚୟ ପ୍ରଦାନ କରିଥିଲେ ଗୌବର୍ଦ୍ଧନ ଦେହେରୀ l ବୁଧବାର ବୈଠକ ରେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ନୀଳାମ୍ବର ହୋତା ଓ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଅଂଶୁମାନ ପଣ୍ଡା ଙ୍କ ଉପସ୍ଥିତିରେ ଖେମାଲଏ ଖଣ୍ଡ ର ପ୍ରାୟ ୪୦ ଜଣ ଯୁବକ ବଜରଙ୍ଗ ଦଳ ରେ ଯୋଗଦାନ କରିଥିଲେ। ଏହି ବୈଠକ ରେ ଖେମାଲଏ ଖଣ୍ଡ ର ସଂଯୋଜକ ଭାବରେ ସତ୍ୟାନନ୍ଦ ବାରିକ ଓ ସହ ସଂଯୋଜକ ଭାବେ ପ୍ରେମାଂଶୁ ବାରିକ ଙ୍କୁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ଦିଆଗଲା । ଶେଷରେ ଧନ୍ୟବାଦ ଦେଇଥିଲେ ହୃଷୀକେଶ ଦେହେରୀ।
ନାକଡେଇଁ ନାଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ଜରୁରୀ ବୈଠକ
