Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ 217ତମ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାରୋହ 2025। ଖିଣ୍ଡା ଗାଁ କୁ ଏକ ଦର୍ଶନୀୟ ସ୍ଥାନ କରିବା ଯାହା ପର୍ଯ୍ୟଟନ ସ୍ଥଳି ନୁହେଁ ଏକ ସଂକଳ୍ପ ର ସ୍ଥଳି ହେବ।

ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା ଗାଁ କୁ ଏକ ଦର୍ଶନୀୟ ସ୍ଥାନ କରିବା ଯାହା ପର୍ଯ୍ୟଟନ ସ୍ଥଳୀ ନୁହେଁ ସଂକଳ୍ପ ର ସ୍ଥଳୀ ହେବ। ଖିଣ୍ଡା ଗ୍ରାମ କୁ ଏକ ଆଦର୍ଶ ଗ୍ରାମ କରାଯିବ ଯାହା କି ଉଦାହରଣ ସୃଷ୍ଟି କରୁ, ଜିଲ୍ଲା ର ସମସ୍ତ ଗାଁ ଲୋକେ କୁହନ୍ତୁ ଆମ ଗାଁ ଭି ସୁରେନ୍ଦ୍ର ସାଏଙ୍କ ଗାଁ ଭଳି ହେଉ।
ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ କମିଟି ପକ୍ଷରୁ ଓ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ 217ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଥିଲା। ମୁଖ୍ୟଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ଗ୍ରାମ୍ୟା ଉନ୍ନୟନ, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ, ପୁର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, DIG ହିମାଂଶୁ ଲାଲ, SP ମୁକେଶ ଭାମୁ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଚଳଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବୀର ସୁରେନ୍ଦ୍ର ସାଏ ଙ୍କ ଦାୟଦ ବିରେନ୍ଦ୍ର ପ୍ରସାଦ ସାଏ ମଧ୍ୟ ମଞ୍ଚାସିନ ଥିଲେ। ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ନାଉରୀ ନାଏକ। ମଞ୍ଚ ଓ ସଭା ପରିଚାଳନା ଡ. ଗୌରିଦାସ ପ୍ରଧାନ କରିଥିଲେ। ସମ୍ବଲପୁର କଳା ପରିଷଦ ର କଳାକାର ପ୍ରାରମ୍ଭରେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ ଯେଉଁ ଗୀତରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନୀ ର ଗାଥା ଓ ମାଁ ସମଲେଶ୍ଵରୀ ଙ୍କ ଭକ୍ତି ଗୀତ ଥିଲା, ରଚନା କରିଥିଲେ ମୁରାରୀ ପ୍ରସାଦ ମିଶ୍ର। ଏହି ଅବସରରେ ବହୁ ବରିଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଜୟନ୍ତୀ ଉତ୍ସବ ରେ ଅତିଥି ମାନେ ଆସି ପ୍ରଥମେ ଖିଣ୍ଡା ଛକ ସ୍ଥିତ ସୁରେନ୍ଦ୍ର ସାଏଙ୍କ ଷ୍ଟେଚ୍ୟୁ ରେ ମାଲ୍ୟାର୍ପଣ କରି ସାରିଲା ପରେ ଖିଣ୍ଡା ସ୍ଥିତ ଜନ୍ମ ମାଟି କୁ ଯାଇ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ସୁରେନ୍ଦ୍ର ସାଏଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଥିଲେ ଓ ପରେ ମଶାଲ ଜାଳି ଥିଲେ।
ଖିଣ୍ଡା ଗ୍ରାମ କୁ ଏକ ଆଦର୍ଶ ଗ୍ରାମ କରାଯିବ, ଯେପରିକି ସମ୍ବଲପୁର ଜିଲ୍ଲା ର ପ୍ରତ୍ୟେକ ଗ୍ରାମ ର ଲୋକ କହିବେ ବୀର ସୁରେନ୍ଦ୍ର ସାଏଙ୍କ ଗ୍ରାମ ଖିଣ୍ଡା ପରି ଆମ ଗ୍ରାମ ହେଉ, ଆଗାମୀ ବର୍ଷ ଖିଣ୍ଡା ଗାଁ ରୂପ ବଦଳି ଥିବା କଥା, ଏଥି ପାଇଁ ଜିଲ୍ଲାପାଳ ଙ୍କୁ ଏକ ନୀଳ ନକ୍ସା ନିର୍ମାଣ କର ଏବଂ ମୁଁ 15/20 ଦିନ ତଳେ ପୁଣି ସମ୍ବଲପୁର ଆସିଲେ ଏହାର ନୀଳ ନକ୍ସା ଦେଖିବି ବୋଲି କହିଥିଲେ। ଆଗାମୀ ବର୍ଷ ଆମେ ଜୟନ୍ତୀ ଉତ୍ସବ କୁ ମହାସମାରୋହରେ ପାଳନ କରିବା ଏଥିପାଇଁ ଜିଲ୍ଲା ପ୍ରଶସନ ଯତ୍ନବାନ ହେଉ ଏଟା ସମସ୍ତ ଙ୍କ ପର୍ବ , ସାମାଜିକ ପର୍ବ, ଲୋକ ପର୍ବ, ଜନତା ଙ୍କ ପର୍ବ ଭଳି ପାଳନ କରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ