Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଭୋଜପୁରଠାରେ ରେଞ୍ଜ ସ୍ତରିୟ ବାର୍ଷିକ ବୈଠକ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର କେନ୍ଦୁପତ୍ର ରେଞ୍ଜ ଅଫିସ ପରିସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପକ୍ଷରୁ ଭୋଜପୁର ଠାରେ ରେଞ୍ଜ ସ୍ଥରିୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ଯ ସଭାପତି ବିଜୟ କୁମାର ମହାନ୍ତି ଯୋଗଦେଇ ତୋଳାଳୀ ମାନଙ୍କର କନ୍ଯା ବିବାହ ସହାୟତା, ମୁନସୀ ମାନଙ୍କର ହୋଉଥିବା ଡି.ଏସ୍ ସମସ୍ୟା, କାର୍ଯ୍ୟ ଦିବସ ଜନିତ ଓ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ। କେନ୍ଦୁପତ୍ର ସଂସ୍ଥାର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ କାଏମ ରଖିବା ପାଇଁ ସରକାର ପ୍ରତିବର୍ଷ ଦୁଇ ସହ କୋଟି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଥିଲେ। କନ୍ଯା ବିବାହ ସହାୟତା ପାଇଁ ରେଞ୍ଜର ମାନେ ଦରଖାସ୍ତ ଗ୍ରହଣ କରୁନଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଷୟରେ ଡିଏଫଓ ଙ୍କୁ ଅବଗତ ମଧ୍ୟ କରାଯାଇଛି। ଆଗ କେନ୍ଦୁପତ୍ର ସଂସ୍ଥା ରାଜ୍ଯ ଅର୍ଥନୀତି ପାଇଁ ଏକ ଲାଭ ଜନକ ସଂସ୍ଥା ହିସାବରେ କାର୍ଯ୍ୟକରି ଆସୁଥିଲା କିନ୍ତୁ ବିଗତ ଦୁଇ ବର୍ଷ ହେବ ତାର କଲ୍ୟାଣକାରୀ ଯୋଜନା ପାଇଁ ରାଜ୍ଯ ସରକାରଙ୍କ ପାଖରୁ ସତନ୍ତ୍ର ପ୍ୟାକେଜ ର ଆବଶ୍ଯକ ହେଉଛି। ତେଣୁ ଉଚିତ୍ ମାନର ଗୋଛା କଟେଇ ଓ ପତ୍ର ସଂଗ୍ରହ ପ୍ରତି ଧ୍ଯାନପୂର୍ବକ କାର୍ୟ୍ଯ କରିବାକୁ ରାଜ୍ଯ ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି ଆହ୍ବାନ ଦେଇଥିଲେ। ସଭାରେ ରାଜ୍ଯ ସମ୍ପାଦକ ମହମ୍ମଦ ମୂର୍ତୁଜା, ରାଜ୍ୟ ସମ୍ପାଦିକା ପଦ୍ମାବତୀ କିସାନ, କୁଚିଣ୍ଡା ଡିଭିଜନ ସମ୍ପାଦକ କିର୍ତନ ସେନାପତି, ସୁମିତ ପଟେଲ, ଭୋଜପୁର ରେଞ୍ଜ ସମ୍ପାଦକ ମହେନ୍ଦ୍ର ବେହେରା, କୁଚିଣ୍ଡା ରେଞ୍ଜ ସମ୍ପାଦକ ପୁଷ୍ପ କେତୁ ଦେଓ, ମିଳନ ପଲେଇ, ମଣ୍ଟୁ ମହାନ୍ତି, ପ୍ରବୀଣ ବେହେରା, ବାପି ଶର୍ମା, ବାମରା ରେଞ୍ଜ ହେଡଚେକର ଶ୍ରୀକର କଣ୍ଟା, ଭିକାରୀ ନାଏକ, ସୈଦାମିନି ପଟେଲ, ପ୍ରଦିପ ଖମାରୀ, କୈଳାସ ବିରଞ୍ଚି ଏବଂ ଭୋଜପୁର ରେଞ୍ଜ ର ସମସ୍ତ ମୁନସୀ, ଫଡିସାଥି, ତୋଳାଳି ଯୋଗ ଦେଇଥିଲେ। ସଭା ପରିଶେଷ ରେ ହେଡଚେକର ନୁପମଣି ଧରୁଆ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories