Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାମ ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ପକ୍ଷରୁ ପଧାନପାଲି ନୋଡାଲ ହାଇସ୍କୁଲ ପଡିଆରେ ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ପଞ୍ଚାୟତ ଅଧିନସ୍ଥ ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ ସଙ୍ଘ ଓ ଜନ ସାଧାରଣ ଏଥିରେ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ଗତକାଲି ଜୟଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଓ ସାଧାରଣ ଜ୍ଞ୍ୟାନ ପ୍ରତିଯୋଗିତା ଅଧ୍ୟକ୍ଷ ଅକ୍ଷୟ ମହାପାତ୍ର, ଅଧ୍ୟାପକ ପ୍ରମୋଦ ନାୟକ, ଅଧ୍ୟାପକ ଅମିତ ନାଗ, ଅଧ୍ୟାପିକା ଦ୍ରୌପଦୀ ପଧାନ, ସସ୍ମିତା ବେହେରା , ରଶ୍ମିତା ସାହୁ, ପ୍ରଦୀପ ଡନସେନାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ରାଧାମୋହନ ଷଡ଼ଙ୍ଗୀ ସୂଚନା ଓ ଉଦ୍ଦେଶ୍ୟ ଜଣାଇଥିଲେ।
ଆଜି ସକାଳେ ମୁଖ୍ୟ ଅତିଥି ସୁବୋଧ ବେହେରାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସରସ୍ବତୀ ଭୋସାଗର ପତାକା ଉତ୍ତୋଳନ କରିଥିଲେ। ଦୟାନନ୍ଦ ପବ୍ଲିକ ସ୍କୁଲ, ଜୟଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାହାମ ଓ ପଧାନପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ମନେ ପରେଟରେ ଅଂଶ ଗ୍ରହଣ କରିଥିଲେ। ଏ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସୁବୋଧ ବେହେରା, ସରପଞ୍ଚ ସରସ୍ବତୀ ଭୁସାଗର ଓ ସମ୍ମାନିତ ଅତିଥିଭାବେ ଦୟାନନ୍ଦ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ ମହାପାତ୍ର, ସାମ୍ୱାଦିକ ରାଧାମୋହନ ଷଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅରବିନ୍ଦ ଶିକ୍ଷାକେନ୍ଦ୍ର, ମେଗାମାଇଣ୍ଡ ସ୍କୁଲର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ମଞ୍ଚାସିନ ଥିଲେ। ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ଡା. ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଭାରେ ସବ ଜୁନିୟର, ଜୁନିୟର ଏବଂ ସିନିୟର ବିଭାଗରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଦିଆଯାଇଥିଲା l ଏହା ବ୍ୟତୀତ ପଞ୍ଚାୟତର ବିଭିର୍ଣ୍ଣ ସ୍ତରରେ ସୁନାମ ଅର୍ଜନ କରିଥିବା ଓ କୌଳିକ ବୃତ୍ତିକୁ ଉଦ୍ଜୀବିତ ରଖି ଥିବା କୁମ୍ଭାର, ବୁଣାକାର, ବାଉଁଶ ହସ୍ତଶିଳ୍ପୀ, କଂସା ପିତ୍ତଲ ହସ୍ତଶିଳ୍ପୀ, କମାର, ବାରିକ, ଧୋବା, ମୋଚି, ମେହେନ୍ତର, କୃଷକ, କ୍ଷୀର ଉତ୍ପାଦକ, କ୍ଷୁଦ୍ର କୁଟୀର ଶିଳ୍ପ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, କଳାକାର, ଯୁବକ ସଙ୍ଘ, ମାନଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରାଯାଇଥିଲା।ଅଞ୍ଚଳର ଯୁବ ପ୍ରତିଭା ଖଲିଆପାଲି ଗ୍ରାମର ସୌମ୍ୟରଞ୍ଜନ ବଡ଼ପଣ୍ଡା, ଖଲିଆପାଲିର ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା ପ୍ରତିଭା ସୁନିତା ପଧାନ, ବାହାମ ଗ୍ରାମର ଚିତ୍ର କଳାକାର ରିପନ ପଟେଲ ଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା l ପଂଚାୟତର ସ୍ୱୟଙ୍ଗ ସହାୟକ ଗୋଷ୍ଠୀ ମାନେ ସ୍ୱ ପ୍ରସ୍ତୁତ କୃଷି ସାମଗ୍ରୀ ସହିତ ପିଠା, ବଡି,ଆରିସା ଆଦିର ଷ୍ଟଲ ଖୋଲି ଥିଲେ।ଏହି ଅବସରରେ ପଞ୍ଚାୟତର ବିଭିନ୍ନ କ୍ରୀଡା ସଂଘକୁ କ୍ରୀଡା ବିଭାଗ ପକ୍ଷରୁ କ୍ରୀଡା ସାମଗ୍ରୀକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଦେବାନନ୍ଦ ଭୋସାଗରଙ୍କ ମୁଖ୍ୟ ଆୟୋଜନରେ ଏହାକୁ ସଂଜୀବ ଭୋଇ, କିଶୋର ମେହେର ସଂଚାଳନ କରିଥିବା ବେଳେ ନନ୍ଦି କିଶୋର ସାହୁ, ଝସକେତନ ନାଏକ ଶକ୍ତି ପ୍ରସନ୍ନ ବଡ଼ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ