Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବନାଞ୍ଚଳ ରେ ବନାଗ୍ନୀ ନିରାକାରଣ ଓ ପ୍ରତିକାର କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୭/୦୧ … ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ତ ଟେକି ସାହି କାର୍ଯ୍ୟାଳୟ ଠାରେ ବନାଗ୍ନୀ ନିରାକାରଣ ଓ ପ୍ରତିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରେଞ୍ଜର କୁମାର ଖରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ଥ ସମସ୍ତ ବ୍ଳକ ର ବନ ପାଳ ଓ କର୍ମଚାରୀ ଯୋଗଦେଇଥିଲେ। ଲକ୍ଷ୍ମୀପୁର ଓ ନାରାୟଣପାଟଣା ବନାଞ୍ଚଳ ରେ ଖରାଦିନ ଆସିବା ମାତ୍ରେ ପୋଡୁ ଚାଷ କରିବା ସକାଶେ ଜଙ୍ଗଲ ରେ ନିଆଁ ଲଗେଇ ଦିଅନ୍ତି, ରାଜ୍ୟ ସରକାର ଙ୍କ ବନ ବିଭାଗ ତରଫରୁ ଏଥିସକାଶେ ଅନେକ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ବୁଝି ବାରେ ଅସମର୍ଥ, ତେଣୁ ବର୍ତ୍ତମାନ ବନ କର୍ମଚାରୀ ଗାଁ ମାନଙ୍କ ର ସାହି ସାହି ରେ ବୁଲି ପୋଡୁ ଚାଷ ବନ୍ଦ କରିବା ବାର୍ତା ଦେବା ସହ ଏହି ମନୁଷ୍ୟ କୃତ ବନାଗ୍ନୀ କୁ ରୋକିବା ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଥିଲା। ବନାଗ୍ନୀ କୁ ମନୁଷ୍ୟ ହିଁ ନିରାକରଣ ସହ ପ୍ରତିକାର କରିପାରିବ ବୋଲି ଉପସ୍ଥିତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ବନପାଳ ରଶ୍ମି ରଞ୍ଜନ ବିଶ୍ୱାଳ,ଦଶମନ୍ତପୁର ବନ ପାଳ ରବୀନ୍ଦ୍ର ଟାକ୍ରୀ, ଦଶମନ୍ତପୁର ବନ ପାଳ ବିମଳ ଆନନ୍ଦ,କାର୍ଯ୍ୟାଳୟ ବନପାଳ ଭାଗ୍ୟପ୍ରିୟା ସେଠି, ପୁର୍ଣ ଚନ୍ଦ୍ର କଲେକା , ଫରେଷ୍ଟ ଗାର୍ଡ ପ୍ରବୀଣ କୁମାର ମଲ୍ଲିକ, ପୁଷ୍ପାଞ୍ଜଳି ଖୋସଲା, ସତ୍ୟରଞ୍ଜନ ସାହୁ, ଶିବବ୍ରତ ବେହେରା ଓ ଆଇଟିଆଇ ର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।ଶେଷରେ ସମସ୍ତ କର୍ମଚାରୀ ଜଙ୍ଗଲ ରେ ନିଆଁ ଲଗେଇବି ନାହିଁ କି ଲାଗିବାକୁ ଦେବିନାହିଁ ବୋଲି ଶପଥ ନେଇଥିଲେ।