Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

5ଦିନିଆ ଠୁରୁପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ସକର୍ମା କ୍ରିକେଟ କ୍ଲବ ଚମ୍ପିୟାନ।

ରେଙ୍ଗାଲି ବ୍ଲକ ଠୁରୁପାଲି ଠାରେ ସମଲେଶ୍ଵରୀ କ୍ରିକେଟ କ୍ଲବ ପକ୍ଷରୁ 5ଦିନିଆ ଠୁରୁପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ରେ ସକର୍ମା କ୍ରିକେଟ କ୍ଲବ ଠୁରୁପାଲି କ୍ରିକେଟ କ୍ଲବ କୁ ହରାଇ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ବିଜୟୀ ସକର୍ମା କ୍ରିକେଟ ଦଳ କୁ 15, 000ଟଙ୍କା ସହ ଟ୍ରଫି ଓ ପରାଜିତ ଠୁରୁପାଲି କ୍ରିକେଟ ଦଳ କୁ 11, 000ଟଙ୍କା ସହ ଟ୍ରଫି ଉପସ୍ଥିତ ଅତିଥି ମାନେ ପ୍ରଦାନ କରିଥିଲେ। ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ ଓ ସୁଶିଲ କିଷାନ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ତାଙ୍କ ସହ ସୂର୍ଯ୍ୟ ରଞ୍ଜନ ପାତ୍ର, ସୁବାଷ ବାଗ, ଗଣେଶ ନନ୍ଦି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ସମଲେଶ୍ଵରୀ କ୍ରିକେଟ କ୍ଲବ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ