Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଆଜି ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ଛାତ୍ରୀ ଛାତ୍ରମାନଙ୍କୁ ଜୀବନର ଲକ୍ଷ ସ୍ଥିର କରିବାକୁ ପଡ଼ିବ। ତା ସହିତ ଉକ୍ତ ଲକ୍ଷ୍ୟ କୁ ସଂକଳ୍ପ କରି ଆଗକୁ ବଢିବାର ଅଛି। ଜୀବନରେ ଅନେକ ଝଡ଼ଝଂଜା ଦେଇ ଗତି କରିବାକୁ ପଡେ। ଅସଫଳ ମିଳିଥାଏ। ତେବେ ଉକ୍ତ ଅସଫଳ ହିଁ ଜୀବନରେ ସଫଳତା ର ଚାବିକାଠି ହୋଇଥାଏ। ଉଚ୍ଚାରଣ ଓ ଆଚରଣରେ କିପରି ସାଲିନତା ଆଣିବା। ଏହା ବୁଝାଇବାକୁ ଯାଇ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାଶିଂହା ଗାଁରୁ କିପରି ଜଣେ ଆଦିବାସୀ ପିଲା ଶେଷଦେବ ସଂଘର୍ଷ କରି ବର୍ଲିନ ରେ ବୈଜ୍ଞାନିକ ହୋଇ ପାରିଥିଲା, ତାହା ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ନାବାର୍ଡ ପୂର୍ବତନ ଜେନେରାଲ ମ୍ୟାନେଜର ଲାଦୁରାଇ ମୁଣ୍ଡା ଯୋଗଦେଇ ନୂତନ ଶିକ୍ଷା ନୀତି ଏବେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷାଦାତା ମାନେ ଉପକୃତ ହୋଇପାରିବେ ଏବଂ ସମାଜର ମଙ୍ଗଳ ହୋଇ ପାରିବ ବୋଲି ବିସ୍ତୃତ ଭାବେ ଉଦାହରଣ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ତହସିଲଦାର ହରେକୃଷ୍ଣ ବରିହା, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଆଲୁମିନା ସଭାପତି ଆଦି ପ୍ରସାଦ ମାହାକୁଲ ପ୍ରମୁଖ ମଞ୍ଚାଶିନ ଥିଲେ। ଅତିଥିଗଣ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ଛାତ୍ର, ଅବିଭାବକ ଏବଂ ଅବିଭାବିକା ମାନଙ୍କୁ ମୋବାଇଲ, କମ୍ପ୍ୟୁଟର ଆଦି ଏଲୋକ୍ଟ୍ରୋନିକ ଉପକରଣ ର ବ୍ୟବହାର ଯଦି ଠିକ୍ ଭାବରେ ଗ୍ରହଣ କରାଯିବ ତାହେଲେ ଆମ୍ଭ ଶିକ୍ଷା ଦିଗରେ ବିଶେଷ ଉପକୃତ ହୋଇପାରିବ। ବିଦ୍ୟା ହେଉଛି ଉନ୍ନତିର ମୂଳମନ୍ତ୍ର। ନମ୍ର, ଭଦ୍ର ହୋଇ ବାପା, ମା, ଗୁରୁଜୀ, ଗୁରୁମା ଏବଂ ଦେଶ ପ୍ରତି ସମ୍ମାନ ଦେଲେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ। ପିଲା ମାନେ ଏବେ ହେଉଛି ଗୁରୁତ୍ୱପୂର୍ଣ୍ଣ ସମୟ, ତେଣୁ ତାର ସୂ ଉପଯୋଗ କରିବା। ଚେଇଁକି ଯୋଉ ସ୍ବପ୍ନ ଦେଖାଯାଏ ତାହାହିଁ ମଣିଷ କୁ ସଫଳତା ଦିଗରେ ଆଗକୁ ନେଇଥାଏ। ଶିକ୍ଷା ବର୍ତ୍ତମାନ ଦୋଛକିରେ ରହିଛି। ଶିକ୍ଷାଦାତା ଓ ଶିକ୍ଷାର୍ଥୀ ଉଭୟ ପରିପୂରକ ଭାବେ କାର୍ଯ୍ୟକଲେ ଦେଶର ଉନ୍ନତି ହେବ ବୋଲି ବକ୍ତା ଗଣ ନିଜ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ।ସଭାପତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ବେହେରା ସ୍ବାଗତ ସମ୍ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଲୋକେଶ ବାଘ ଏବଂ ସହକାରୀ ଶିକ୍ଷୟିତ୍ରୀ ଅତିସ୍ମୃତି ସାହୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଶୁଭାଶିଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ମାଝୀ, ମନ୍ଦାକିନୀ ପତି, ଜ୍ୟୋତିର୍ମୟୀ ବିଶ୍ଵାଳ, ନିହାରିକା ସାମଲ, ସୋଭରାଣି ବାଘ ଏବଂ ସହକାରୀ ଶିକ୍ଷକ ଦୀପକ କିସାନ ପ୍ରମୁଖ ପୁରସ୍କାର ବିତରଣୀ ଏବଂ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ସ୍କୁଲ ତଥା ଆଖପାଖ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅବିଭାବକ, ଆବିଭାବିକା ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ