Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ଏସଏସଡି ବାଳିକା ଉଚ୍ଚ ବଦ୍ୟାଳୟର ବାର୍ଷିକ ମହୋତ୍ସବ; ଶିକ୍ଷା ବିନା ଉନ୍ନତି ଅସମ୍ଭବ…. ମନ୍ତ୍ରୀ ରବି ନାରାୟଣ ନାଏକ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ଏସଏସଡି ବାଳିକା ଉଚ୍ଚ ବଦ୍ୟାଳୟର ବାର୍ଷିକ ମହୋତ୍ସବ ଆଜି ବଡ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଛାତ୍ରୀ ଛାତ୍ରମାନଙ୍କୁ ଶିକ୍ଷା ବିନା ଉନ୍ନତି ଅସମ୍ଭବ ବୋଲି କହିଥିଲେ। ଏଥି ସହିତ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ସହ ନୂତନ ଶିକ୍ଷା ନୀତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ପଣ୍ଡା ଯୋଗଦେଇ ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରୀଛାତ୍ର ମାନଙ୍କୁ ଦୃଢ଼ ସଂକଳ୍ପ କରି ଯେକୌଣସି କାର୍ଯ୍ୟ କଲେ ସଫଳତା ମିଲବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ କୁଚିଣ୍ଡା ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ, ତହସିଲଦାର ହରେକୃଷ୍ଣ ବରିହା, କୁଚିଣ୍ଡା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅନିଭା ନାଏକ, ସରପଞ୍ଚ ଅଜିତ ନାଏକ, ମନୋଜ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ନିରଞ୍ଜନ ସିଟ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ଲଜିତା ଧଳ ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶିବଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ଦାଶ, ଦିପା ଗୁରୁ, ବିଷ୍ଣୁପ୍ରିୟା ସାହୁ ଏବଂ ଶିକ୍ଷକ ପ୍ରିୟ ରଂଜନ ସାଥୁଆ, ଅବିନାଶ ବାଘ ପ୍ରମୁଖ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଅପରାହ୍ନରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ