Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟ ରେ ତାଲୁକ ଆଇନ ସେବା ଶିବିର ଆୟୋଜିତ

ବିରମହlରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ତାଲୁକ ଆଇନ ଶିବିର ଆୟୋଜିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବା କମିଟି ଅଧକ୍ଷା ତଥା ବିରମହlରାଜପୁର ସିବିଲ ଜଜ ଶ୍ରୀମତୀ ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ସମ୍ମାନିତ ଅତିଥି ଭାବେ ବିରମହlରାଜପୁର ଏସ ଡି ଯେ ଏମ ପୁନମ ସେଟ, ଓକିଲ ଶଙ୍କର୍ଷଣ ପଣ୍ଡା , ସବିତା ପଣ୍ଡା , ଅଧକ୍ଷ ବଳଦେବ ପୂଝାରୀ , ଶୁଭ୍ରାଂଶୁ ଶେଖର ପଧାନ ପ୍ରମୁଖ ଉପସ୍ଥିତ ରହି ଆଇନ ସେବା ବିଷୟରେ ଆଲୋଚନା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ସଭା ପରିଚାଳନା କରିଥିଲେ ସଇଦ ରେହେମାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବୀଣାପାଣି ଦାଶ l କୋର୍ଟ କର୍ମଚାରୀ ସଂଜୀବ କୁମାର ବାରିକ , ସୁବାଷ ବେହେରା , ମହାବିଦ୍ୟାଳୟ କର୍ମଚାରୀ ପୂର୍ଣଚନ୍ଦ୍ର ମେହେର , ହଜାରୀ ମେହେର ପ୍ରମୁଖ ସହଯୋଗ କରିଥିଲେ l