Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ରାତିରେ ୪ ସ୍କୁଲରୁ ଚୋରୀ :ଖୁବ ଶୀଘ୍ର ଧରାପଡ଼ିବେ ଆସାମୀ….ଆଇଆଇସି ପଦ୍ମାଳୟା ସାହୁ

ଜମନକିରା : ଗୋଟିଏ ରାତିରେ ୪ ସ୍କୁଲରୁ ଚୋରୀ ହୋଇଛି। ଏନେଇ ପୋଲିସରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏତଲା ଦେବାପରେ ଖୁବ ଶୀଘ୍ର ଚୋର ଧରାପଡ଼ିବେ ବୋଲି ପୋଲିସ କହିଛି। ଲୁଟେରା ମାନେ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ଲୁଟ କରି ଚାଲିଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ରାତିରେ ୪ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟେରା ଚୋରୀ କରିଛନ୍ତି।
ମିଳିଥିବା ସୂଚନା ମତେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଞ୍ଚଳରେ ଏଭଳି ଏକା ରାତିକେ ଚୋରୀ ହୋଇଛି। ପୋଲିସର ଅପାରଗତା ଯୋଗୁଁ ସେମାନଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବା ନେଇ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ୪ଟି ସ୍କୁଲର ତାଲା ଭାଙ୍ଗି ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଥିବା ନେଇ ଗୌଡ଼ପାଲି ଫାଣ୍ଡିରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟି। ଜମନକିରା ଥାନା କୁଲୁଣ୍ଡି ପଞ୍ଚାୟତର ୩ଟି ଓ ବଡ଼ରମା ପଞ୍ଚାୟତର ଗୋଟିଏ ବିଦ୍ୟାଳୟରେ ଚୋରି ହୋଇଛି। କୁଲୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ବଡ଼କୁଣ୍ଢେଇସରା ପ୍ରାଥମିକ ବିଦ୍ୟାଳୟ ଏବଂ କଦଳିପାଳ ପ୍ରାଥମିକ ବିଦ୍ୟାଳୟର ଆଲମାରି ଭାଙ୍ଗି ଟଙ୍କା ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଚୋରୀ ହୋଇଥିବା ଏତଲାରେ ଦର୍ଶାଯାଇଛି।ସେହିଭଳି ବଡ଼ରମା କୁରେଇବାହାଲ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସରସ୍ବତୀ ପୂଜାର ଗୋଟିଏ ଦିନ ପୂର୍ବରୁ ଚୋରି ହୋଇଛି। ଗତ ୨ ଦିନ ତଳେ ଯୁଯୁମୁରା ବ୍ଳକର ବିଭିନ୍ନ ସ୍କୁଲରୁ ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଗ୍ରାମାଞ୍ଚଳରେ ଥିବା ସ୍କୁଲରେ ପଶି ଏହା କରୁଥିବା ଅନୁମାନ କରାଯାଉଛି। ଗାଁ ମୁଣ୍ଡ ତଥା ନିଛାଟିଆ ସ୍ଥାନରେ ଥିବା ସ୍କୁଲ ଏମାନଙ୍କ ଟାର୍ଗେଟ ରହୁଛି।
ଏସଂକ୍ରାନ୍ତରେ ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କୁ ପଚାରିବାରୁ ୨ଟି ସ୍କୁଲରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ୪ ଟି ସ୍କୁଲର ଚୋରି ଅଭିଯୋଗ କୁ ଅସ୍ବୀକାର କରିଛନ୍ତି। କିଛି ସ୍ଥାନୀୟ ଅଭିଯୁକ୍ତ ଏହି ଚୋରିରେ ସାମିଲ ଥାଇ ପାରନ୍ତି। ଏଥିସହ ଖୁବ୍ ଶୀଘ୍ର ସଂପୃକ୍ତ ଆସାମୀ ମାନଙ୍କୁ ଧରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ