Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଡର୍ଣ ପବ୍ଲିକ ସ୍କୁଲ୍ ରେ ସାଇନ୍ସ ଫେୟାର ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ମୋଡର୍ଣ ପବ୍ଲିକ ସ୍କୁଲ୍ ରେ ସାଇନ୍ସ ଫେୟାର୍ ଅନୁଷ୍ଠିତ ହୋଇଥିଲା। ସୋମବାର ଦିନ ସ୍କୁଲ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ସଂପାଦକ ବିଶ୍ୱନାଥ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ସାଇନ୍ସ ଫେୟାର କୁ ଉଦ୍ଘାଟନ କରିଥିଲେ। ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଜେକ୍ଟ ତିଆରି କରି ପରିବେଷଣ କରିଥିଲେ। ବସନ୍ତ କୁମାର ରାଉତ, ଲିଲି ସା ଏବଂ ସୁଶାନ୍ତ କୁମାର ବେହେରା, ବିଚାରପତି ଭାବରେ ଯୋଗଦେଇ ପ୍ରୋଜେକ୍ଟ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଉଦଯାପନୀ ଉତ୍ସବ ରେ ରେଙ୍ଗାଲି ପୁର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡ଼ିଆ, ଅଶୋକ ସାହୁ, ଅନ୍ତର୍ଯ୍ୟାମୀ ପାଣି ଯୋଗ ଦେଇ ଏହି ସାଇନ୍ସ ଫେୟାର ରେ କୃତିତ୍ଵ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ସାଇନ୍ସ ଫେୟାର ଆୟୋଜନ ରେ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ