Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରାଟ ସମାବେଶ ପାଇଁ ଖଡ଼ିଆ ସମାଜର ଏକ ପ୍ରସ୍ତୁତି ବୈଠକ

ଜମନକିରା : ସମ୍ବଲପୁର କବରାପାଲି ପଞ୍ଚାୟତର କୁଟୁରାଝୁରୀ ଠାରେ ଆଗାମୀ ଦିନରେ ଖଡ଼ିଆ ସମାଜର ଏକ ବିରାଟ ସମାବେଶ କରାଯିବା ନେଇ ଆଜି ଏକ ପ୍ରସ୍ତୁତି ବୈଠକ ସରପଞ୍ଚ ଅନ୍ତର୍ଯ୍ୟାମୀ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ପ୍ରଶନ୍ନ ଜଉଡା, ଉତ୍ତମ ଜଉଡା, ସମ୍ବାରୁ ଖଡିଆ, ପ୍ରକାଶ ଜଉଡା ଏବଂ ଗଣେଷ ଜଉଡା ପ୍ରମୂଖ ଏଥିରେ ଉପସ୍ଥିତ ରହି ସମାଜର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସହିତ ସମୃଦ୍ଧ ସମାଜ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ୯ ତାରିଖ ରବିବାର ଦିନ ହେବାକୁ ଥିବା ସମାବେଶରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଆଦି ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ