Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟ ର ବାର୍ଷିକ ମହୋତ୍ସବ; କଷ୍ଟ ବିନା ସଫଳତା ଅସମ୍ଭବ….ମନ୍ତ୍ରୀ ରବି ନାରାୟଣ ନାଏକ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ରେ ଆଜି ବାର୍ଷିକ ମହୋତ୍ସବ ବଡ ଧୁମ୍ ଧାମରେ ପାଳନ କରାଯାଇଛି। କଲେଜ ପରିଚାଳନା କମିଟିର ସଭାପତି ତଥା ଉପ – ଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଛାତ୍ରୀ ଛାତ୍ରମାନଙ୍କୁ ଏକ ପରାମର୍ଶ ଦେଇ କହିଥିଲେ ସମୟର ସତ ଉପଯୋଗ କର, ବିନା କଷ୍ଟରେ କୌଣସି ସଫଳତା ମିଲି ନଥାଏ। ତେଣୁ ନିଜ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସଫଳତା ଯେପରି ମିଳି ପାରିବ ସେଥିପ୍ରତି ଦୃଷ୍ଟି ଦିଅ ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ୨୦୦ ଶଯ୍ୟା ବିଶିଷ୍ଟ ଲେଡିଜ୍ ହଷ୍ଟେଲ ପାଇଁ ଅନୁଦାନ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।ସେହି ପରି ମୁଖ୍ୟବକ୍ତା ଭାବେ ଲରମ୍ଭା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ. ଡମ୍ବରୁଧର ପଟ୍ଟନାୟକ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମ ଉପରେ ବକ୍ତବ୍ୟ ରଖିବାକୁ ଯାଇ ସାଲିସ ବିହୀନ ଦେଶ ଭକ୍ତି ଉପରେ ବିସ୍ତୃତ ଭାବେ ବୁଝେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା” ସମଲେଶ୍ଵରୀ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ଉଭୟ କଲେଜର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ସଭା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ. ତ୍ରୁଟି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କଲେଜ ଖେଳ ଶିକ୍ଷକ ରଞ୍ଜନ କୁମାର ମହାକୁଲ୍ କରିଥିବା ବେଳେ ଯୁକ୍ତ ୩ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା କରିଥିଲେ। ଏହି କ୍ରମରେ ମହାବିଦ୍ୟାଳୟ ପାଇଁ ଅବଦାନ ଥିବା ଜମନକିରା ଗ୍ରାମର ଗୋକୁଲା ନନ୍ଦ ଦାନୀ, ଅବଦୁଲ ହବିବ, ବୃନ୍ଦାବନ ମାଝି, ଆଦି ପ୍ରସାଦ ମହାକୁଳ ପ୍ରମୁଖ ଙ୍କୁ ଅତିଥି ଗଣ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ସଭା ଶେଷରେ ବରିଷ୍ଠ ଅଧ୍ୟାପିକା ଅରୁଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୁରସ୍କାର ବିତରଣି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଭାବଗ୍ରାହୀ ବାର୍ଗେ ପରିଚାଳନା କରିଥିଲେ।ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତାରାଣୀ କର୍ଣ୍ଣ, ଓଡ଼ିଆ ଅଧ୍ୟାପିକା ମନିଷା ପରିଡା, ଇଂରାଜୀ ଅଧ୍ୟାପିକା ପ୍ରଜ୍ଞା ବଡ଼ପଣ୍ଡା, ଶିକ୍ଷା ଅଧ୍ୟାପିକା ମନ୍ଦୋଦରୀ ଭୋଇ, ଅର୍ଥନୀତି ଅଧ୍ୟାପିକା ମଧୁସ୍ମିତା ନାୟକ, ଗଣିତ ଅଧ୍ୟାପକ ସତ୍ୟନାରାୟଣ ପଟ୍ଟନାୟକ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶୋଭନ ପତି, ରସାୟନ ବିଜ୍ଞାନ ଅଧ୍ୟାପିକା ଡ଼. ଶିବାନୀ ବେହେରା, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ମଳିକ, ପ୍ରାଣୀ ବିଜ୍ଞନ ଅଧ୍ୟାପିକା ଦିପ୍ତିମୟୀ ବିଶ୍ଵାଳ, ବାଣୀଜ୍ୟ ଅଧ୍ୟାପକ ଅନ୍ତର୍ଯ୍ୟାମୀ ବହିଦାର, ରିଟେଲ ପ୍ରଶିକ୍ଷକ ସମରେନ୍ଦ୍ର ବୈଦ୍ୟ, ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷକ ଅମିୟ ରଞ୍ଜନ ସା ଏବଂ ଯୁକ୍ତ ୩ ମହାବିଦ୍ୟାଳୟର ପ୍ରାଣୀ ବଜ୍ଞାନ ଅଧ୍ୟାପିକା କୁଣ୍ଡଳି ମହାନନ୍ଦ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୂପର୍ଣାରାଣୀ ପଟ୍ଟନାୟକ, ଗଣିତ ଅଧ୍ୟାପିକା ଚେତନା ଗଡ଼ତିଆ, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୁଲକ୍ଷଣା ପଟେଲ, ଇତିହାସ ଅଧ୍ୟାପିକା ସୁଜାତା ପଧାନ, ଇତିହାସ ଅଧ୍ୟାପକ ସୁରଥ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ମନମୋହନ ଜୟ ବିକାଶ ବାଗ, ରାଜନିତି ବିଜ୍ଞାନ ଅଧ୍ୟାପକ ସିଦ୍ଧାନ୍ତ ସାହୁ, ଶିକ୍ଷା ଅଧ୍ୟାପିକା ମୁସରଦ ଅନସାରୀ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ। କଲେଜର କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ। ଏହି ମହୋତ୍ସବରେ ଉଭୟ କଲେଜର ଅପରାହ୍ନରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ