Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁରରେ ଅଘରିଆ ସମାଜ ବୈଠକରେ ବନି କରଣ ସମ୍ପର୍କରେ ଆଲୋଚନା

ଜମନକିରା : ଜମନକିରା ବ୍ଲକ ର ଭୋଜପୁର ଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ଭୋଜପୁର ଗୁଡ଼ି ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଜ୍ୟ କମିଟି ର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସଭାପତିତ୍ବ କରି ଅଘରିଆ ସମାଜ ମୁଖ୍ୟତଃ ଚାଷୀ ପରିବାର ହୋଇ ଥିବାରୁ ସାମାଜିକ ବନି କରଣ ଓ ଉଦ୍ୟାନ କୃଷି ପାଇଁ ତାଲିମ କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଗୁଡ଼ି ସଭାପତି ବିରଞ୍ଚି ନାରାୟନ ପଟେଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ନାଏକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ପର୍ଯ୍ୟବେକ୍ଷକ ଭାବରେ ବାମଣ୍ଡା ଆଞ୍ଚଳିକ ସମ୍ପାଦକ ଅଶୋକ କୁମାର ପଟେଲ ଆଗାମୀ ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ । ଏଥିରେ ଗୁଡ଼ି ର ଉପଦେଷ୍ଟା ଗୋପାଳ ଚନ୍ଦ୍ର ପଟେଲଙ୍କ ସମେତ ସମସ୍ତ ନବ ନିର୍ବାଚିତ ଗୁଡ଼ି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରବୀଣ ପଟେଲ,ପ୍ରଶାନ୍ତ ପଟେଲ, ଧୀରେନ୍ଦ୍ର ନାଏକ, ଦିଲ୍ଲୀପ ନାଏକ, ସତ୍ୟ ନାରାୟନ ପଟେଲ,ପ୍ରଶାନ୍ତ କୁମାର ନାଏକ, ସିଦ୍ଧାର୍ଥ ପଟେଲ ପ୍ରମୁଖ ସଂଗଠନ ଓ ନୂତନ ସମ୍ବିଧାନ ଉପରେ ଆଲୋଚନା କରିଥିଲେ। ଶେଷରେ ଗ୍ରାମ୍ୟ କମିଟି ସଭାପତି ଅଧ୍ୟାପକ ପ୍ରଶାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ